ସଂଚାର ବ୍ୟୁରୋ: ବିଶ୍ବରେ କାୟା ମେଲାଇବାରେ ଲାଗିଛି କୋଭିଡ। ବିଶେଷ କରି ଥାଇଲାଣ୍ଡ, ହଂକଂ ଓ ସିଙ୍ଗାପୁରରେ ସ୍ଥିତି ଅଧିକ ବିଗିଡ଼ିଛି। ଥାଇଲାଣ୍ଡରେ ଜାନୁଆରୀ ୧ ପରଠାରୁ ବର୍ତ୍ତମାନ ସୁଦ୍ଧା ୭୧ ହଜାର ମାମଲା ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସେହିପରି ହଂକଂରେ ମେ ୧୦ ସୁଦ୍ଧା ୧ ହଜାର ୪୨ ମାମଲା ଚିହ୍ନଟ ହୋଇଥିବାବେଳେ ୩୧ ଜଣ ପ୍ରାଣ ହରାଇଛନ୍ତି। ସିଙ୍ଗାପୁରରେ ମେ ୩ ସୁଦ୍ଧା ୧୪ ହଜାର ୨୦୦ ମାମଲା ଚିହ୍ନଟ ହୋିଛି। ସେମାନଙ୍କ ମଧ୍ୟରୁ ୩୦ ପ୍ରତିଶତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି ମୁମ୍ବାଇରେ କରୋନାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫୭ ବୋଲି କୁହାଯାଇଛି। ମହାରାଷ୍ଟ୍ରରେ ୫୬, ଗୁଜରାଟରେ ୭, କର୍ଣ୍ଣାଟକରେ ୧୩, କେରଳରେ ୯୫, ତାମିଲନାଡୁରେ ୬୬, ପୁଡୁଚେରୀରେ ୧୦, ଦିଲ୍ଲୀରେ ୫ ଜଣ ସମେତ ମୋଟ ୨୫୭ ଆକ୍ରମନ୍ତ ଥିବା ସୂଚନା ମିଳିଛି।