ସଂଚାର ବ୍ୟୁରୋ: ଦଇବ ସାଜିଛି କାଳ । ଯାଉଛି ଅକାଳରେ ଜୀବନ । ଗତ କିଛି ଦିନ ହେବ ତ୍ରିପୁରାରେ ଲାଗି ରହିଛି ବର୍ଷା । ଫଳରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିସହ ଦୁଇଜଣ ନିଖୋଜ ଥିବା ସୂଚନା ମିଳିଛି। । ଏନେଇ ଅଧିକାରୀ କହିଛନ୍ତି ଯେ, ରାଜ୍ୟରେ ୬୫ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଘର ଭାଙ୍ଗି ଯାଇଥିବାରୁ ସେମାନେ ୪୫୦ ରିଲିଫ ସିବିରରେ ଆଶ୍ରୟ ନେଇଛନ୍ତି।
ତେବେ ଏନେଇ ମୁଖ୍ୟମନ୍ତ୍ରୀ ମାଣିକ ସାହା ସୋସିଆଲ ମିଡିଆ ଫେସବୁକର ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ସାନ୍ତିରବଜାରରେ ଅଶ୍ୱିନୀ ତ୍ରିପୁରା ପାରା ଏବଂ ଦେବୀପୁରରେ ଭୂସ୍ଖଳନରେ ୧୦ଜଣ ମାଟିରେ ଦବିଯାଇଥିଲେ।
, ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଏହା ଏକ ଅପୂରଣୀୟ କ୍ଷତି। ରାଜ୍ୟ ସରକାର ମୃତକଙ୍କ ପରିବାରକୁ ଚାରି ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ସେହିପରି ଏହା ପୂର୍ବରୁ ରାଜସ୍ୱ ବିଭାଗର ସଚିବ ବୃଜେଶ ପାଣ୍ଡେୟ କହିଛନ୍ତି ଯେ, ରାଜ୍ୟରେ ପ୍ରବଳ ବର୍ଷା ପରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନିଖୋଜ ଅଛନ୍ତି।
ଏଥିସହ ଅନେକ ଚାଷ ଜମିରେ ପାଣି ପଶି ଫସଲ ନଷ୍ଟ ହୋଇଯାଇଛି। ଏନେଇ ଉତ୍ତର-ପୂର୍ବ ରାଜ୍ୟରେ ପ୍ରାୟ ୧୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ଦକ୍ଷିଣ ତ୍ରିପୁରା ଜିଲ୍ଲାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ଦୁଇଟି ହେଲିକାପ୍ଟର ଯୋଗାଇ ଦେଇଥିବା ସୂଚନା ମିଳିଛି।