ସଂଚାର ବ୍ୟୁରୋ: ବିଷାକ୍ତ ମଦ ପିଇ ୧୫ରୁ ଅଧିକ ଜଣ ଅସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଉନ୍ଦପୁରଠାରେ ଘଟିଛି ଏ ଘଟଣା। ବିଷାକ୍ତ ଦେଶୀ ମଦ ପିଇ ୧୫ ଜଣ ଅସୁସ୍ଥ ହୋଇ ପଡିଛନ୍ତି। ସେମାନଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଅନ୍ୟ ଦୁଇ ଜଣଙ୍କୁ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି। ମେଡକାଲର ମେଡିସନ ୱାର୍ଡରେ ୧୧ ଜଣ ଚିକିତ୍ସିତ ହେଉଛନ୍ତି। ଗତକାଲି ସନ୍ଧ୍ୟାରେ ଚିକିଟି ବ୍ଲକ କରବାଲୁଆ ଓ ଜେନା ସାହିର ଲୋକେ ମାଉନ୍ଦପୁର ଗାଁକୁ ଯାଇ ଦେଶୀ ମଦ ପିଇଥିଲେ । ମଦ ପିଇବା ପରେ ସମସ୍ତେ ଅସୁସ୍ଥ ହୋଇ ପଡିଥିଲେ। ଅଧିକାଂଶ ଅସୁସ୍ଥ ଚିକିଟି ବ୍ଲକ କରବାଲୁଆ ଜେନାପୁର ଗ୍ରାମର ବୋଲି ଜଣାପଡିଛି ।