ପ୍ରସନ୍ନ ପାଟ୍ଟଶାଣୀଙ୍କ ଆକ୍ଷେପର ଜବାବ ରଖିଲେ ଦେବୀ ମିଶ୍ର । ରାଜନୀତିରେ ଆକ୍ଷେପ ପ୍ରତି ଆକ୍ଷେପ ରହିଥାଏ । ବାବା ବିଜେଡିରେ ଥିବାବେଳେ ଦଣ୍ଡଧରି ଦଳର ଦଉଡିକୁ ସମ୍ଭାଳିଥିଲେ । ଯୁଆଡେ ଗଲେବି ବାବାଙ୍କ ଦଣ୍ଡର ପ୍ରଭାବ ରହିବ କହିଛନ୍ତି ଦେବୀ ମିଶ୍ର । ଆହୁରି କହିଛନ୍ତି , ବିଜେଡିରେ ଅସନ୍ତୋଷ କେଉଁଠି ବି ନାହିଁ ।
ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଷୋଦ୍ଗାର । ଟାର୍ଗେଟ୍ରେ ନବୀନ ଓ ପାଣ୍ଡିଆନ । ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସଳଖ କହିଛନ୍ତି ବିଜେଡିର ଏ ଅବସ୍ଥା ଲାଗି ପାଣ୍ଡିଆନ ହିଁ ଦାୟୀ । ଖାଲି ଏତିକି ନୁହେଁ ବିଜେଡି ବୁଡ଼ିଯାଉଥିବା କଥା ବି ସେ କହିଛନ୍ତି । ବିଜେଡି ନେତା ଏବେ ଅଣନିଃଶ୍ବାସୀ ହୋଇଗଲେଣି, ଦଳ ୩ ଭାଗ ହୋଇଯିବ ପଛେ ପାଣ୍ଡିଆନଙ୍କୁ ନବୀନ ଛାଡ଼ିବେନି ଏବଂ ନବୀନଙ୍କ ଚେତାବନୀ କିଛି କାମ ଦେବନି ବୋଲି ରୋକଠୋକ୍ କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ ।