ସଂଚାର ବ୍ୟୁରୋ: ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଆଜି ଦ୍ବିତୀୟ ଦିନରେ ଚାଲିଛି ରଥଟଣା। ଗତକାଲି ନିତିକାନ୍ତିରେ ବିଳମ୍ବ ହେତୁ ପ୍ରାୟ ୨ ଘଣ୍ଟା ବିଳମ୍ବରେ ରଥଟଣା ଆରମ୍ଭ ହୋଇଥିଲା । ଯାହାଫଳରେ ରଥ ୨୦୦ ମିଟର ଟଣା ହେବା ବେଳକୁ ସନ୍ଧ୍ୟା ହୋଇଯାଇଥିଲା । ସନ୍ଧ୍ୟା ପରେ ମଧ୍ୟ ରଥଟଣା ହେବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଶ୍ରଦ୍ଧାଳୁ । ଯାହା ଫଳରେ ବଢ଼େଇବାଙ୍କ ମଧ୍ୟ ଛୁଇଁ ପାରିନଥିଲା ରଥ । ପ୍ରଶାସନ ରଥଯାତ୍ରା ପୂର୍ବରୁ ବୈଠକ କରି ଅଣସେବାୟତ ମାନଙ୍କୁ ରଥ ଉପରକୁ ଚଢ଼ିବାକୁ ଦିଆ ଯିବ ନାହିଁ ବୋଲି କହିଥିଲେ। ଏଥିପାଇଁ ସମସ୍ତ ନିଯୋଗଙ୍କ ସହଯୋଗ ମଧ୍ୟ ଲୋଡିଥିଲେ । କିନ୍ତୁ ଆଜି ପୁଣିଥରେ ରଥରେ ଅଣସେବାୟତ ଚଢ଼ିବା ଘଟଣାକୁ ନେଇ ସେବାୟତ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କେତେକ ସେବାୟତ ପ୍ରଶାସନର ଏହି ନିଷ୍ପତ୍ତିକୁ ପାଣିର ଗାର ବୋଲି କହିଛନ୍ତି ।