ସଂଚାର ବ୍ୟୁରୋ: ଜାଳ କାଠ ପାଇଁ ଯାଆକୁ ହତ୍ୟା। ସାନ ଯାଆର ମାଡ଼ରେ ବଡ଼ ଯାଆର ମୃତ୍ୟୁ ହୋଇଛି। ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ନୀଳବେର୍ଣ୍ଣି ସାହିରେ ହତ୍ୟାକାଣ୍ଡ। ମୃତକ ୫୫ ବର୍ଷିୟ ଜ୍ୟୋତ୍ସ୍ନା ଭୋଜ। ଜାଳ କାଠ ପାଇଁ ଦୁଇ ଯାଙ୍କ ଗଣ୍ଡଗୋଳ ଉଗ୍ର ରୂପ ନେଇ ସାନ ଯାଆର ମାଡ଼ରେ ବିଧବା ବଡ଼ ଯାଆର ମୃତ୍ୟୁ ଘଟିଥିବା ଜଣା ପଡିଛି l ହତ୍ୟା ଅଭିଯୁକ୍ତ ୪୫ ବର୍ଷିୟ ଗୀତା ଭୋଜଙ୍କୁ ଉତ୍ୟକ୍ତ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଛି ପୋଲିସ। ଥାନାକୁ ଆଣି ପଚରା ଉଚୁରା କରୁଛି ଦେବଗଡ଼ ପୋଲିସ l ହତ୍ୟାକାଣ୍ଡ ପରେ ସାହିରେ ଚାପା ଉତ୍ତେଜନା ଲାଗି ରହିଛି। ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଥିବା ବେଳେ ଘଟଣା ସ୍ଥଳରେ ଜଗି ରହିଛି ପୋଲିସ l ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ଘଟଣା ସ୍ଥଳରେ ଅଧିକ ତଦନ୍ତ କରିବ ପୋଲିସ l