ଭୁବନେଶ୍ୱର : ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ କାଲି ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ସକାଳ ୧୦ଟାରେ ରାମମନ୍ଦିର ଠାରୁ ରାଲିରେ ଯାଇ ବିଧାନସଭା ଘେରିବ। ନ୍ଯାୟ ନମିଳିବା ପର୍ଯ୍ୟନ୍ତ ଲଢେଇ ଦାରି ରହିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗରେ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଗୃହ କମିଟି ଗଠନ କରି ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ନୁହନ୍ତି ବୋଲି ଅଭିଯୋଗ କରିଛି ।
ସରକାରଙ୍କ ଏ ଭଳି ଅଗଣତାନ୍ତ୍ରିକ ନିଷ୍ପତିକୁ ରାଜ୍ୟର ଘରେ ଘରେ ପହଞ୍ଚାଯିବ। ରାଜ୍ୟରେ ଯେଉଁଭଳି ଭାବରେ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଛି ତାକୁ ଅଣଦେଖା କରାଯିବନାହିଁ। ନ୍ଯାୟ ନମିଳିବା ପର୍ଯ୍ୟନ୍ତ ଲଢେଇ ଦାରି ରହିବ ବୋଲି କହିଛନ୍ତି ପିସିସି ସଭାପତି। କାଲି ମଧ୍ୟ ବିଧାୟକମାନେ ଘଣ୍ଟ ବଜେଇ ବିଧାନସଭାକୁ ଯିବେ ବୋଲି ସେ କହିଛନ୍ତି । ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାର ଗୃହରେ ଆଲୋଚନା କରିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ପ୍ରେସମିଟରେ କହିଛି କଂଗ୍ରେସ ।