ପୁଣି ପୁରୀ ଶ୍ରୀମନ୍ଦିର ନିଶିଦ୍ଧାଞ୍ଚଳରେ ଡ୍ରୋନ ଉଡାଇ ଭିଡ଼ିଓ ଭାଇରାଲ ।ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରାଯାଇ ଭାଇରାଲ୍ କରାଯାଇଛି । ମନୀଷ ସୋଲାଙ୍କି ନାମକ ଜଣେ ବ୍ୟକ୍ତି ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ରେ ଶ୍ରୀମନ୍ଦିର ଉପର ଭିଡ଼ିଓକୁ ଉଠାଇବା ସହ ସେହି ଭିଜୁଆଲକୁ ଅପଲୋଡ଼ କରିଥିବା ନଜରକୁ ଆସିଛି । ଏହି ଭିଡିଓ ରେ ସେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଶ୍ରୀମନ୍ଦିର ବାହାର ଓ ଭିତର ସରଞ୍ଚନାକୁ ଉତ୍ତଳନ କରିଥିବା ନଜର କୁ ଆସୁଛି । ଭ୍ଲଗର ଜଣକ ଶ୍ରୀମନ୍ଦିର ବିଷୟରେ ଅନେକ ସୂଚନା ଦେଉଥିବା ବେଳେ ଶ୍ରୀମନ୍ଦିର ଉପର ଭିଜୁଆଲକୁ ସ୍ପଷ୍ଟ ଦେଖାଉଥିବା ଜଣାପଡିଛି।ଯେଉଁଥିରେ ଶ୍ରୀମନ୍ଦିର ଭିତର ବେଢ଼ା ଆଦିର ଚିତ୍ର ରହିଛି। ତେବେ ଭିଡିଓ ଟି ଗତ ୭ ଦିନ ତଳେ ଅପଲୋଡ଼ ହୋଇଥିବା ବେଳେ ଭିଜୁଆଲ କେବେ ନିଆଯାଇଛି ତାହାର ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଯାହାକି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଓ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଠିଆ କରିଛି ।