ସଂଚାର ବ୍ୟୁରୋ: ଟିମ ଇଣ୍ଡିଆର ବୋଲିଂ କୋଚଭାବେ ମର୍କେଲଙ୍କୁ ମିଳିଲା ଦାୟିତ୍ବ । ବାଂଲାଦେଶ ବିପକ୍ଷ ସିରିଜରୁ ଦାୟିତବ ଗ୍ରହଣ କରିବେ ମର୍କେଲ । ତେବେ ବୋଲିଂ କୋଚଭାବେ ତାଙ୍କ ନିଯୁକ୍ତ କରାଯାଉଥିବା ନେଇ ବିସିସିଆଇ ସମ୍ପାଦକ ଜୟ ଶାହା ଏହି ସୂଚନା ଦେଇଛନ୍ତି । ଦକ୍ଷିଣ ଆଫ୍ରିକାର ପୂର୍ବତନ ଦୃତ ବୋଲର ମର୍କେଲ ଜଣେ ଦକ୍ଷ ବୋଲର ଥିଲେ । ଆଇପିଏଲରେ ମଧ୍ୟ ସେ ଦିଲ୍ଲୀ କ୍ୟାପିଟାଲ, ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ଖେଳିଛନ୍ତି । ତାଙ୍କର ଦକ୍ଷ ବୋଲିଂ ଆଗରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନମାନେ ଧରାଶାୟୀ ହୋଇଥିବାବେଳେ ଭାରତୀୟ ଦଳର ବୋଲିଂ ଦିଶାକୁ କେଉଁ ଦିଗକୁ ନେବେ ତାହା ଦେଖିବାକୁ ବାକି ରହିଛି । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ ତାଙ୍କର ପରୀକ୍ଷା ଆରମ୍ଭ ହେବ ।