ସଂଚାର ବ୍ୟୁରୋ: ଅଭିଯୁକ୍ତଙ୍କୁ ଗିରଫ ପାଇଁ ଯାଇ ଲୋକଙ୍କ ଆକ୍ରୋଶର ଶିକାର ହେଲେ ଥାନା ଅଧିକାରୀ । ଆଖିରେ ଲଙ୍କାଗୁଣ୍ଡ ପକାଇ ଆକ୍ରମଣ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଥାନା ଅଧିକାରୀ ଶେଷ ଦେବ ବେହେରାଙ୍କୁ ଆକ୍ରମଣକଲେ ଦୁର୍ବୃତ୍ତ । ମଙ୍ଗଳପୁର ଗାଁକୁ ସେସନ୍ସ କୋର୍ଟର ଏକ ଜାମିନ ବିହୀନ ୱାରେଣ୍ଟ ଧରି ଗିରଫ କରିବା ପାଇଁ ଯାଇଥିବା ସମୟରେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । କେବଳ ଶେଷଦେବ ନୁହନ୍ତି ସାଥିରେ ଯାଇଥିବା ପୋଲିସ କର୍ମଚାରୀ ହିମାଂଶୁ ସୁନା, ଦେବକୀ ସୁନା, ଅଲେକ ନିରଞ୍ଜନ ସୁନା, ସନେଇ ସୁନା, ସନ ସୁନାଙ୍କୁ ମଧ୍ଯ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ପୋଲିସ ମାମଲାରେ କିଛି ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।