ସଂଚାର ବ୍ୟୁରୋ: କିଟରେ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତି ହିଂସା ଘଟଣା । ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିର ବୈଠକ ରାଜ୍ୟ ଅତିଥି ଭବନରେ ଆରମ୍ଭ ହୋଇଛି । ଆଜି ଉଚ୍ଚ ସ୍ତରୀୟ କମିଟି କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ତଦନ୍ତ ପାଇଁ ଡାକିଛନ୍ତି । ତାପୂର୍ବରୁ କିଟର କିଛି ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ପାଇଁ ଡକାଯାଇଛି । ଘଟଣା ଦିନ ସୃଷ୍ଟି ହୋଇଥିବା ପରିସ୍ଥିତି ଏବଂ ସେମାନେ ନେପାଳ ଛାତ୍ରଛାତ୍ରୀଙ୍କୁ ଦେଇଥିବା ଟିପ୍ପଣୀ ନେଇ କମିଟି ଅନୁଧ୍ୟାନ କରିବ । ଏଥିସହିତ ବର୍ତ୍ତମାନ କିଟ ପରିସରରେ ସ୍ଥିତି ଏବଂ ନେପାଳ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ନିଆଯାଉଥିବା ପଦକ୍ଷେପ ନେଇ କମିଟି ଅନୁଧ୍ୟାନ କରିବ ।
ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ପାଖରେ ହାଜର ହୋଇଛନ୍ତି କିଟର ପୂର୍ବତନ କର୍ମଚାରୀ ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ସମେତ ୪ଜଣ କର୍ମଚାରୀ। ଆଜି କମିଟି ପାଖରେ ହାଜର ହେବାକୁ ୮ ଜଣଙ୍କୁ ନୋଟିସ ଦିଆଯାଇଛି । କିଟ୍ କାଣ୍ଡରେ ଯାହାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେମାନଙ୍କୁ ପଚରାଉଚରା ପାଇଁ ଉଚ୍ଚସ୍ତରୀୟ କମିଟି ନୋଟିସ ପଠାଇଛି । କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ବିବାଦ ତେଜିବା ପରେ ସରକାର ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଥିଲେ ରାଜ୍ୟ ସରକାର । ଏବେ ସେହି ଉଚ୍ଚସ୍ତରୀୟ କମିଟି କିଟ କାଣ୍ଡର ଖୋଳତାଡ ଆରମ୍ଭ କରିଛି ।