ସଂଚାର ବ୍ୟୁରୋ: ଦିଲ୍ଲୀ ଉପକଣ୍ଠ ହରିୟାଣାର ଗୁରୁଗ୍ରାମରେ ବର୍ଷାର ତାଣ୍ଡବ। ସକାଳୁ ଜାରି ରହିଛି ପ୍ରବଳ ବର୍ଷା। ରାସ୍ତାରେ ଚାଲିଛି ଆଣ୍ଠୁଏ ଉଚ୍ଚର ପାଣି। ଅଣ୍ଡରପାସରେ ଭରିଯାଇଛି ପ୍ରବଳ ପାଣି। ମୂଷଳଧାରା ବର୍ଷାରୁ ଜାତୀୟ ରାଜପଥ, ଓଲଡ ସିଟି, ନୂଆ ଗୁରୁଗ୍ରାମ ଏବଂ ମେଡିସିଟି ଅଂଚଳରେ ପାଣି ଭରିଯାଇଛି। ବର୍ଷା ଲାଗି ରହିଥିବାରୁ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟର ସାମନା କରିଛନ୍ତି ଲୋକେ। ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡିଛି। ଗୁରୁଗ୍ରାମରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ଆଇଏମଡି। ଆସନ୍ତା ୧୩ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ ପ୍ରବଳ ବର୍ଷା। ଗତକାଲିଠାରୁ ଏହି ଅଂଚଳରେ ପ୍ରବଳ ବର୍ଷା ହେଉଛି। ଗତକାଲି ମଧ୍ୟ ଜୋରଦାର ବର୍ଷା ହୋଇଥିଲା। ପାଣି ଭରି ଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆହୁରୀ ୩ ଦିନ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ।