ସଂଚାର ବ୍ୟୁରୋ: ଭୁବନେଶ୍ବର ଏୟାରଫିଲ୍ଡ ଡବଲ ମର୍ଡର ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ପୁରୀ ଓ ଚଣ୍ଡିଖୋଲରୁ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ହତ୍ୟା ଦିନ ବ୍ୟବହୃତ ଛୁରୀକୁ ମଧ୍ୟ ଜବତ କରାଯାଇଛି। ହତ୍ୟାରେ ବ୍ୟବହୃତ ଛୁରିକୁ ପାଞ୍ଚଗାଁ ନିକଟସ୍ଥ ଗଙ୍ଗୁଆ ନାଳରେ ପକାଇଥିଲେ ଅଭିଯୁକ୍ତ। ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ କରିଥିଲା ପୋଲିସ। ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତକାଲି ୨ ଅଭିଯୁକ୍ତ ଗଣେଶ ମଲ୍ଲିକ ଓ ପ୍ରଦୀପ ମଲ୍ଲିକକୁ କାବୁ କରିଥିଲା ପୋଲିସ। ସେପଟେ ଅଭିଯୁକ୍ତ ଗଣେଶ କ୍ୟାମେରା ସାମ୍ନାରେ ମୁହଁ ଖୋଲିଛି। ତଦନ୍ତ ହେଲେ ଘଟଣା ପଛର ସତ ଜଣାପଡିବ ବୋଲି କହିଛି ମୁଖ୍ୟ ଅଭିଯୁକ୍ତ ଗଣେଶ ମଲ୍ଲିକ। ପୁରୀ ବସଷ୍ଟାଣ୍ଡରୁ ମିଳିଥିଲା ଘଟଣାରେ ବ୍ୟବହୃତ ଗାଡିର ଭିଜୁଆଲ। ଗତ ବୁଧବାର ରାତିରେ ଘଟିଥିଲା ଏ ହତ୍ଯାକାଣ୍ଡ। ପ୍ରାୟ ରାତି ୮ଟା ୪୫ ମିନିଟରେ ଗାଡି ପାର୍କିଂ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରଶ୍ମି ରଞ୍ଜନ ସେଠୀ ଓ ସମ୍ବିତ ରାଉତଙ୍କୁ କରାଯାଇଥିଲା ବୀଭତ୍ସ ହତ୍ୟା।….