Tuesday, September 22, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home Uncategorized

ଆଜି ସ୍ୱର୍ଣ୍ଣ ପଦକ ପାଇଁ ହେବ ମହାଲଢେଇ

Sanchar Live by Sanchar Live
September 22, 2026
in Uncategorized
0
ଆଜି ସ୍ୱର୍ଣ୍ଣ ପଦକ ପାଇଁ ହେବ ମହାଲଢେଇ
0
SHARES
1
VIEWS
FacebookTwitter

ଏସିଆନ୍ ଗେମ୍ସରେ ଆଜି ଭାରତୀୟ ମହିଳା କ୍ରିକେଟ ଦଳ ବନାମ ଶ୍ରୀଲଙ୍କା ମହିଳା ଦଳ ଫାଇନାଲ ଫାଇଟ୍ । ସ୍ୱର୍ଣ୍ଣ ପଦକ ପାଇଁ ହେଉଛି ହାଇଭୋଲ୍ଟେଜ ମୁକାବିଲା । ଟି-୨୦ ଫାଇନାଲ ଟକ୍କରରେ ଭାରତୀୟ ମହିଳା ଟିମ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି । ଏସିଆ କପ୍ ଫାଇନାଲ ଭଳି, ଏସିଆନ୍ ଗେମ୍ସ ଫାଇନାଲରେ ବି ଶ୍ରୀଲଙ୍କାକୁ ହରାଇ ସ୍ଵର୍ଣ୍ଣ ଜିତିବା ଲକ୍ଷ୍ୟରେ ଭାରତୀୟ ମହିଳା କ୍ରିକେଟ ଟିମ୍ । ହରମନପ୍ରୀତଙ୍କ ନେତୃତ୍ୱରେ ଆଜି ଆଉ ଏକ ଐତିହାସିକ ପ୍ରଦର୍ଶନ ଉପରେ ଟିମ୍ ଇଣ୍ଡିଆର ନଜର ରହିଛି ।

  • କ୍ରିଜ୍‌ରେ ଅଛନ୍ତି ଶେଫାଳୀ-ମାନ୍ଧାନା

ଓପନର ସ୍ମୃତି ମାନ୍ଧାନା ଓ ଶେଫାଳୀ ବର୍ମାଙ୍କ ଉପରେ ରହିବ ନଜର । ଆଜି ପୁଣି ଚମକିପାରେ ଶେଫାଳୀଙ୍କ ବ୍ୟାଟ । ଭାରତୀୟ ସମୟ ଦିନ ୧୦.୩୦ଟାରେ ମ୍ୟାଚ୍ ଆରମ୍ଭ ହୋଇସାରିଛି । ଗତ ଏସିଆନ୍ ଗେମ୍ସ କ୍ରିକେଟରେ ପ୍ରଥମ ଥର ପାଇଁ ପଦାର୍ପଣ କରିଥିବା ଭାରତୀୟ ମହିଳା ଦଳ ଦମ୍ ଦେଖାଇଥିଲା । ୨୦୨୨ରେ ଅନୁଷ୍ଠିତ ଉକ୍ତ ଏସିଆନ୍ ଗେମ୍ସ ରେ ଶ୍ରୀଲଙ୍କାକୁ ପରାସ୍ତ କରି ପ୍ରଥମ ଯୋଗଦାନରେ ହିଁ ସ୍ଵର୍ଣ୍ଣ ଜିତି ଭାରତୀୟ ମହିଳା କ୍ରିକେଟ ଦଳ ଉତ୍କୃଷ୍ଟତମ ପ୍ରଦର୍ଶନର ନଜାରା ଦେଖାଇଥିଲା ।

  • ଏଥର ଜିତିଲେ ହାତେଇବ ଦ୍ଵିତୀୟ ସ୍ଵର୍ଣ୍ଣ ପଦକ

ତେବେ ଏଥର ଏସିଆନ୍ ଗେମ୍ସ ରେ ଭାରତ ଯଦି ଫାଇନାଲ ଫାଇଟ୍‌ରେ ବିଜୟ ଲାଭ କରୁଛି ତେବେ ଲଗାତାର ଦ୍ୱିତୀୟ ସ୍ଵର୍ଣ୍ଣ ଅର୍ଜନ କରିବାର ଗୌରବ ଅର୍ଜନ କରିବ । ଭାରତ ଏହି ମୁକାବିଲା ପାଇଁ ଟିମରେ କୌଣସି ପରିବର୍ତ୍ତନ କରିନାହିଁ । ଅନ୍ୟପଟେ ପ୍ରତିଶୋଧ ଲକ୍ଷ୍ୟରେ ସିଂହଳି ଟିମ୍ । ଏସିଆ କପ୍ ପରାଜୟର ପ୍ରତିଶୋଧର ନେତୃତ୍ୱ ନେବାକୁ ଜୋରଦାର ପ୍ରୟାସ କରିପାରେ ଶ୍ରୀଲଙ୍କାନ୍ ଓମେନସ୍ ଟିମ୍ ।

  • ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି ଅଟାପାଟ୍ଟୁ

ଶ୍ରୀଲଙ୍କା ଅଧିନାୟିକା ଚମାରି ଅଟାପାଟ୍ଟୁଙ୍କ ୫୦ ବଲ୍‌ରୁ ଚମତ୍କାର ୮୨ ରନ୍ ଯୋଗୁଁ ଶ୍ରୀଲଙ୍କା ପାକିସ୍ତାନ ବିପକ୍ଷରେ ଏକ ଚ୍ୟାଲେଞ୍ଜିଂ ଟାର୍ଗେଟକୁ ସଫଳତାର ସହ ପିଛା କରିଥିଲା । ଭାରତ ଭଳି ଏକ ଶକ୍ତିଶାଳୀ ଦଳକୁ ପରାସ୍ତ କରିବା ପାଇଁ ଶ୍ରୀଲଙ୍କାକୁ ଏପରି ପ୍ରଦର୍ଶନର ଆହୁରି ଆବଶ୍ୟକତା ପଡ଼ିବ । ଭାରତୀୟ ଦଳ ସମସ୍ତ ବିଭାଗରେ ଉତ୍କୃଷ୍ଟ ଫର୍ମରେ ଅଛି । ଓପନରମାନେ ବିଶେଷକରି ଶେଫାଳୀ ବର୍ମା ଉତ୍କୃଷ୍ଟ ଫର୍ମରେ ଅଛନ୍ତି, ଯେତେବେଳେ କି ଦଳ ପରିଚାଳନା ତୃତୀୟ ନମ୍ବର ବ୍ୟାଟିଂ ସ୍ଥିତି ସହିତ ନିରନ୍ତର ପରୀକ୍ଷଣ କରୁଛି । ଇଣ୍ଡିଆନ ଟିମ ଜାପାନ ଓ ବାଂଲାଦେଶ ବିପକ୍ଷରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛି । ଭାରତ ଚଳିତ ମାସ ଆରମ୍ଭରୁ ଏସିଆ କପ୍‌ର ଫାଇନାଲରେ ଶ୍ରୀଲଙ୍କାକୁ ହରାଇଥିଲା । ତେବେ ଏହି ବିଜୟ ଧାରା ଜାରି ରହିବ ନା ଶ୍ରୀଲଙ୍କା ଟିମ ପ୍ରତିଶୋଧ ନେବ ତାହା ଉପରେ ନଜର ରହିଛି ।

Tags: Asian gamesindia vs srilanka womens
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ସ୍ୱର୍ଣ୍ଣ ପଦକ ପାଇଁ ହେବ ମହାଲଢେଇ
  • ବଙ୍ଗୋପସାଗରରେ ଗଭୀର ଅବପାତ ସମ୍ଭାବନା, ପ୍ରବଳ ଛେଚିବ
  • ମଧ୍ୟପ୍ରଦେଶ ଅଘଟଣ: ଏକସଙ୍ଗେ ଜଳିଲା ୭ ଜୁଇ
  • ପାର୍ବଣ ଋତୁରେ ରାଜଧାନୀରେ ଉତ୍ତେଜନା
  • ଲଘୁଚାପ ପ୍ରଭାବରେ ଅଶାନ୍ତ ପୁରୀ ସମୁଦ୍ର, ବଡ଼ ବଡ଼ ଉଠୁଛି ଢେଉ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.