ଜାନୁଆରୀ ୧୫ ପରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ଯେ, ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକାଥରେ ସୁଭଦ୍ରାର ୨ଟି କିସ୍ତି ମିଳିବ। ଗାଁର ଶେଷ ହିତାଧିକାରୀ ଆବେଦନ ନକଲା ଯାଏଁ ପଞ୍ଜିକରଣ ଚାଲିବ। ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା, କିନ୍ତୁ ମାର୍ଚ୍ଚ ୩୦ପରେ ଆବେଦନ କଲେବି ପ୍ରଥମ କିସ୍ତି ଟଙ୍କା ମିଳିବ। ଏଥିପାଇଁ ବ୍ୟାଙ୍କ ଗୁଡିକ ସହିତ ବୈଠକ ସରିଲାଣି।