ସଂଚାର ବ୍ୟୁରୋ: କେନ୍ଦୁପତ୍ର ତୋଳାଳିଙ୍କୁ ପ୍ରତିଶୃତି ଦେଇ ବାରମ୍ବାର ପ୍ରତାରିତ କରୁଛି ବିଜେପି । କେନ୍ଦୁପତ୍ର ଉପରୁ ଜିଏସଟି ଛାଡ ନେଇ ବିଜେଡିର ଦାବି ସମ୍ପର୍କରେ ଉପମୁଖ୍ଯମନ୍ତ୍ରୀ କେଭି ସିଂହଦେଓଙ୍କ ପ୍ରତିକ୍ରିୟାକୁ ନେଇ ବର୍ଷିଛି ବିଜେଡି ।
ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି, କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ବିଜେପି ନିର୍ବାଚନୀ ଇସ୍ତାହାର ପ୍ରଦାନ କରିଥିଲା । ତଥ୍ଯ ପ୍ରମାଣ ସହ ବିଜେଡି କହିଛି, ୨୦୧୯ ସାଧାରଣ ନିର୍ବାଚନରେ ବିଜେପି କହିଥିଲା ସରକାରକୁ ଆସିଲେ କେନ୍ଦୁପତ୍ରରୁ ଜିଏସଟି ହଟିବ । ବରିଷ୍ଠ ବିଜେପି ନେତାମାନେ ମଧ୍ୟ ନିର୍ବାଚନ ପ୍ରଚାରରେ ସେହି କଥା କହିଥିଲେ ।
ହେଲେ ଏବେ ଉପମୁଖ୍ୟମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ତଥ୍ୟ ଆଧାରିତ ନୁହେଁ। ଏହା କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ବିରୋଧୀ । କେନ୍ଦ୍ରପତ୍ର ଉପରେ ଜିଏସଟି ଲାଗିବା ପୂର୍ବରୁ ଶତପ୍ରତିଶତ ବୋନସ ଦେଉଥିଲେ ପୂର୍ବ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଏସଟି ଲାଗୁ ହେବାପରେ କେନ୍ଦୁପତ୍ରରୁ ଲାଭ ହ୍ରାସ ପାଇଛି ।
ବିଜେଡି ସରକାର ଦେଇଥିବା ସାମାଜିକ ସୁରକ୍ଷା ସହାୟତା, ବିବାହ, ମୃତୁକାଳୀନ ସହାୟତା ଯୋଜନାର ସୁଫଳ ନୂଆ ସରକାର ପ୍ରଦାନ କରିବ ନାହିଁ । ଉପମୁଖ୍ଯମନ୍ତ୍ରୀଙ୍କ ବୟାନକୁ ଦୁର୍ଭାଗ୍ୟଜନକ କହିବଛି । ବିଡି କମ୍ପାନୀଙ୍କୁ ସୁହାଇବାକୁ ବିଜେପି ପୂର୍ବରୁ ଜିଏସଟି ଛାଡ଼ କରିବାକୁ ପ୍ରତିଶୃତି ଦେଇଥିଲା କି ବୋଲି ବିଜେଡି ପ୍ରଶ୍ନ କରିଛି ।