ମାଲକାନଗିରି: ରାଜ୍ୟ ସରକାର ଆଦିବାସୀ ଓ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି। ମାଲକାନଗିରିରେ ଏକ ମେଗା ସିମେଣ୍ଟ କାରଖାନା ନିର୍ମାଣ କରିବାକୁ ଯାଉଛନ୍ତି। ଏହି ପ୍ରକଳ୍ପରେ ୪୦୦୦ କୋଟି ଟଙ୍କାର ପୁଂଜି ନିବେଶ ହେବ। ଏହି କାରଖାନା ପ୍ରତିଷ୍ଠା ହେବା ଦ୍ବାରା ୨୦୦୦ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମାଲକାନଗିରି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଦକ୍ଷିଣକୁ ଉତ୍ତରକୁ ଉନ୍ନତମାନର ସଡ଼କ ପଥ ମାଧ୍ୟମରେ ସଂଯୋଗୀକରଣ କରିବାକୁ ଯାଉଛନ୍ତି। ମାଲକାନଗିରି ଜିଲ୍ଲା ମୋଟୁ ଠାରୁ ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଯାଏଁ ୬ ଥାକିଆ ସଡକ ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ଖୁବ ଶୀଘ୍ର ଜମି ଅଧିଗ୍ରହଣ କରାଯିବ।
ଏହି ଖବର ପଢ଼ନ୍ତୁ: ଅଣ୍ଡ୍ରାପାଲୀବାସୀଙ୍କ ପାଇଁ ଆଜି ବି ଡଂଗା ହିଁ ଭରସା
ଓଡ଼ିଶାର ଏକମାତ୍ର ଜିଲ୍ଲା ଭାବେ ମାଲକାନଗିରିର ଏହି ପବିତ୍ର ଭୂମି ପ୍ରଭୁ ଶ୍ରୀରାମ ଏବଂ ମାତା ସୀତାଙ୍କ ଚରଣ ସ୍ପର୍ଶରେ ଧନ୍ୟ ହୋଇଛି। ତେଣୁ ଏହି ଦେବଭୂମିକୁ କୋଟି କୋଟି ପ୍ରଣାମ। ଏହି ଜିଲ୍ଲାର ସମୃଦ୍ଧ ଇତିହାସ, କଳା, ସାହିତ୍ୟ, ଜନଜାତି ପରମ୍ପରା କେତେ ଅନନ୍ୟ ତାହା ଏହି କାର୍ଯ୍ୟକ୍ରମରୁ ଜଣାପଡୁଛି। ଏହି ସାଂସ୍କୃତିକ ଓ ପରମ୍ପରାର ଉତ୍ସବ ଅନେକ ଗୁରୁତ୍ଵ ବହନ କରିଥାଏ। ସମସ୍ତଙ୍କୁ ଏକତ୍ରିତ କରିବା ସହ ଜିଲ୍ଲାକୁ ବିକାଶ କ୍ଷେତ୍ରରେ ଆଗକୁ ନେବା ପାଇଁ ସଂକଳ୍ପ ନେବା। ଏହା ହିଁ ହେଉଛି ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ।