ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ ଓ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏମଭି-୭ ଗ୍ରାମ ନିକଟସ୍ଥ ତମସା ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ବସଟି ମାଲକାନଗିରିରୁ କାଲିମେଳା ଯାଉଥିବାବେଳେ ଗୋଟିଏ ବାଇକରେ ତିନି ଜଣ ଯୁବକ ମାଲକାନଗିରି ଆସୁଥିଲେ। ଏହି ସମୟରେ ବାଇକ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।