ସଂଚାର ବ୍ୟୁରୋ: ଅନଲାଇନ୍ ଗେମ୍ ନେଲା ଜୀବନ । ଗେମ୍ ଖେଳି ଋଣ ଭାରରେ ବୁଡ଼ି ଯାଇଥିବା ଯୁବକଙ୍କ ଆତ୍ମହତ୍ୟା । ମୃତ ଯୁବକ ୨୨ ବର୍ଷିୟ ଶଶିକାନ୍ତ ମହାପାତ୍ର । ସେ ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକରେ ରହୁଥିଲେ । ଘର ଭିତରୁ ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ହସ୍ପିଟାଲରେ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଏ ନେଇ ଲିଙ୍ଗରାଜ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛି ପୋଲିସ ।