ସଂଚାର ବ୍ୟୁରୋ: ଆରମ୍ଭ ହେଲା ବାଲେଶ୍ବର ଉତ୍ସବ। ନାଚ ଗୀତରେ ବାଲେଶ୍ବର ଜିଲ୍ଲା ସ୍କୁଲ ଷ୍ଟାଡିୟମ୍ କମ୍ପି ଉଠୁଥିବା ବେଳେ ଉଦ୍ଘାଟନୀ ଉତ୍ସବରେ ଦେଖିବାକୁ ମିଳିଥିଲା ପାରମ୍ପାରିକ ନୃତ୍ୟ। ମାଦଳ ବାଜା, ବାଘ ନାଚ ଓ ଅଘୋରି ନାଚ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଥିବା ବେଳେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବାଲେଶ୍ବର ଆଇ.ଟି. ଆଇ ଛକ ରୁ ଜିଲ୍ଲା ଷ୍ଟାଡିୟମ୍ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାରିଥିଲା। ଏହି କାର୍ଯ୍ୟକ୍ରମ ଡିସେମ୍ବର ୧୫ ଯାଏ ହେଉଥିବା ବେଳେ କାର୍ଯ୍ୟକ୍ରମରେ ଅନେକ ଲୋକ କଳା , ମିନା ବଜାର ଓ ହସ୍ତତନ୍ତ ସାମଗ୍ରୀ ଦେଖିବାକୁ ମିଳିବ।

