Sunday, September 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ସମ୍ଭାବନା

Sanchar Live by Sanchar Live
October 12, 2025
in ଓଡିଶା
0
୧୦ରେ ଆଉ ଏକ ଘୂର୍ଣ୍ଣିବଳୟ, ୩ରୁ ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ପ୍ରବଳ ବର୍ଷା
0
SHARES
23
VIEWS
FacebookTwitter

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ସମ୍ଭାବନା । ଆଜି ୧୪ ଜିଲ୍ଲାକୁ ବର୍ଷା ପାଇଁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହିପରି ବର୍ଷା ଲାଗି ରହିବା ନେଇ ଆକଳନ । ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲା ଅସ୍ତରଙ୍ଗରେ ୫୮ ମିଲିମିଟର ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ସେହିପରି କନ୍ଧମାଳ କେ.ନୂଆଗାଁରେ ୫୭ ମିମି, କଳିଙ୍ଗାରେ ୩୮ ମିମି, ରାଇକିଆରେ ୩୬ ମିମି ବର୍ଷା ରେକର୍ଡ ହୋଇଛି ।

ଅନ୍ୟପଟେ ପାଣିପାଗ ବିଭାଗର ସୂଚନାନୁସାରେ, ଆସନ୍ତା ୧୫ ତାରିଖରୁ ରାଜ୍ୟରେ ରାତି ତାପମାତ୍ରା କମିପାରେ । ୧୭ ତାରିଖ ସୁଦ୍ଧା କେତେକ ଆଭ୍ୟନ୍ତରୀଣ ସ୍ଥାନରେ ପ୍ରାୟ ୨ରୁ ୩ ଡିଗ୍ରୀ କମିବ। କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ରାତି ତାପମାତ୍ରା ଅନ୍ୟ ସବୁ ଜିଲ୍ଲା ତୁଳନାରେ କମ୍‌ ରହିପାରେ । ଏସବୁ ସ୍ଥାନରେ ଶିଶିରପାତ ବା କୁହୁଡ଼ି ଦେଖାଦେବ। ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି।

୧୩ ଓ ୧୪ ତାରିଖରେ ସମୁଦ୍ର ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଅଷ୍ଟ୍ରେଲିଆର ବିଓଏମ୍‌, ଆମେରିକାର ଏନ୍‌ଓଏଏ ତଥା ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ ତଥ୍ୟକୁ ଉଲ୍ଲେଖ କରି ପ୍ରଫେସର ପଶୁପାଳକ କହିଛନ୍ତି, ଏବେ ଲା ନିନା ଆସିଯାଇଛି । ୨୦୨୬ ଜାନୁୟାରୀ ମାସ ଯାଏ ସ୍ୱଳ୍ପ ଅବଧି ପାଇଁ ଏହା ରହିପାରେ । ଲା ନିନା ସମୟରେ କେତେକ ବର୍ଷ ଅତ୍ୟଧିକ ବର୍ଷା ଓ ଶୀତ ହୋଇଥାଏ ବୋଲି ସେ କହିଛନ୍ତି । ୧୩ ତାରିଖରୁ ଦକ୍ଷିଣ ପଶ୍ଚିମ ବାୟୁ ପରିବର୍ତ୍ତନ ହୋଇ ଉତ୍ତର-ପୂର୍ବ ବାୟୁ ଉପକୂଳରେ ବହିବ । ଏହା ପରିବର୍ତ୍ତିତ ମୌସୁମୀକୁ ସୂଚାଉଛି । ଗତ ୨୭ ତାରିଖରୁ ୯ ତାରିଖ ଯାଏ ମୌସୁମୀ ବାୟୁ କୌଣସି ସ୍ଥାନରେ ପଛକୁ ହଟିନି ବୋଲି ସେ କହିଛନ୍ତି ।

ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ରବିବାର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ଏହି ସବୁ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ ଦିଆଯାଇଛି । ଗତ ୨୪ ଘଣ୍ଟାରେ ବାଲେଶ୍ୱରରେ ୧୧.୨ ମିମି ଓ ରାୟଗଡ଼ାରେ ୫.୪ ମିମି ବର୍ଷା ହୋଇଛି।

Tags: odisharainweather report
ShareTweetShareSend
Sanchar Live

Sanchar Live

Next Post
ବେଦାନ୍ତ ଲାଞ୍ଜିଗଡ଼ର ତୀରନ୍ଦାଜ ପ୍ରୟାସ: ଓଡ଼ିଶା ସ୍କୁଲ ତୀରନ୍ଦାଜ ଚାମ୍ପିଅନସିପରେ ୧୨ଟି ପଦକ ଜିତି ଚାମ୍ପିଅନ

ବେଦାନ୍ତ ଲାଞ୍ଜିଗଡ଼ର ତୀରନ୍ଦାଜ ପ୍ରୟାସ: ଓଡ଼ିଶା ସ୍କୁଲ ତୀରନ୍ଦାଜ ଚାମ୍ପିଅନସିପରେ ୧୨ଟି ପଦକ ଜିତି ଚାମ୍ପିଅନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ
  • BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ
  • ଆଜିଠୁ ୪ ଦିନ ବ୍ୟାଙ୍କ ଛୁଟି
  • ଓଡ଼ିଆ ସାମ୍ବାଦିକତାରୁ କମୁଛି Gen-Z ଙ୍କ ଆଗ୍ରହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.