Wednesday, May 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

‘ସିଗ୍ମା୍ ସି’ରେ ଓଡିଆ ଯୁବ ବୈଜ୍ଞାନିକ ସ୍ୱୟଂ ପ୍ରକାଶ

Sanchar Live by Sanchar Live
October 1, 2024
in ଓଡିଶା
0
‘ସିଗ୍ମା୍ ସି’ରେ ଓଡିଆ ଯୁବ ବୈଜ୍ଞାନିକ ସ୍ୱୟଂ ପ୍ରକାଶ
0
SHARES
9
VIEWS
FacebookTwitter

ସଂଚାର ବ୍ୟୁରୋ: ଓଡ଼ିଆ ଯୁବ ବୈଜ୍ଞାନିକ ଡ. ସ୍ୱୟଂ ପ୍ରକାଶ ଆର୍ନ୍ତଜାତିକ ଖ୍ୟାତି ସଂପନ୍ନ ବୈଜ୍ଞାନିକ ଅନୁସନ୍ଧାନ ସମ୍ମାନ ସମାଜ ‘ସିଗ୍‍ମା ସି’ର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ସ୍ୱୟଂ ପ୍ରକାଶ ଏବେ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଇର୍ଭାଇନ୍‍ ସ୍ଥିତ ସ୍କୁଲ ଅଫ୍‍ ମେଡିସିନ୍‍ରେ ସହକାରୀ ପ୍ରଫେସର ଭାବେ ଗବେଷଣାରତ ଅଛନ୍ତି । ୧୮୮୬ ମସିହାରେ ଗଢ଼ାଯାଇଥିବା ସିଗ୍‍ମା ସି ହେଉଛି ବିଶ୍ୱର ସର୍ବପୂରାତନ ତଥା ବୃହତ୍ତମ ବୈଜ୍ଞାନିକ ସଙ୍ଗଠନ । ୨୦୦ରୁ ଅଧିକ ନୋବେଲ୍‍ ବିଜେତା ସଦସ୍ୟ ଥିବା ଏହି ସଂସ୍ଥାର ବିଜ୍ଞାନ ମାଧ୍ୟମରେ ସମାଜ ପାଇଁ ସେବା ଯୋଗାଇବା କ୍ଷେତ୍ରରେ ଦୀର୍ଘ ଇତିହାସ ରହିଛି ।

ସିଗ୍‍ମା ସି ସହିତ ଜଡ଼ିତ ନୋବେଲ୍‍ ବିଜେତାମାନଙ୍କ ମଧ୍ୟରେ ଆଲବର୍ଟ ଆଇନ୍‍ଷ୍ଟାଇନ୍‍, ଲିନସ୍‍ ପୁଲିଂ, ଜେମ୍ସ ୱାଟସନ୍‍, ଫ୍ରାନ୍‍ସିସ୍‍ କ୍ରିକ୍‍, ଜେନିଫର୍‍ ଡଡ୍‍ନା ଆଦିଙ୍କ ନାମ ବିଶେଷ ଉଲ୍ଲେଖଯୋଗ୍ୟ । ସିଗ୍‍ମା ସିର ସଦସ୍ୟତା ପାଇଁ ମିଳିଥିବା ମନୋନୟନ ଆଧାରରେ ଗବେଷଣା ତଥ୍ୟର ବିଶ୍ଳେଷଣ କରାଯାଇ ନିର୍ବାଚନ ହୋଇଥାଏ । ଲଗାତାର ୩ବର୍ଷ ଧରି ସ୍ୱୟଂ ପ୍ରକାଶ ବିଶ୍ୱର ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇ ଆସୁଛନ୍ତି । ଷ୍ଟାନ୍‍ଫୋର୍ଡ ବିଶ୍ୱବିଦ୍ୟାଳୟର ତାଲିକାରେ ତାଙ୍କର ନାମ ରହିଆସୁଛି ।

ଏବେ ଏହି ଓଡ଼ିଆ ଯୁବ ବୈଜ୍ଞାନିକ ସିଗ୍‍ମା ସି ଭଳି ୧୩୮ ବର୍ଷର ପୁରୁଣା ଆନ୍ତର୍ଜାତିକ ଗବେଷଣା ମଞ୍ଚକୁ ନିର୍ବାଚିତ ହୋଇଛନ୍ତି । କରୋନା ସମୟରେ ଟୀକା ବିକାଶ କରିବା କ୍ଷେତ୍ରରେ ତାଙ୍କର ପ୍ରମୁଖ ଅବଦାନ ରହିଥିଲା । ଏହାଛଡ଼ା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସେ ଯେଉଁ ବୈଜ୍ଞାନିକ ଗୋଷ୍ଠୀରେ ଗବେଷଣା କାର୍ଯ୍ୟ କରୁଛନ୍ତି ସେଥିରୁ ଯୁକ୍ତରାଷ୍ଟ୍ର ଆମେରିକା ସମେତ ବିଶ୍ୱର ବହୁ ରାଷ୍ଟ୍ର ଉପକୃତ ହେଉଛନ୍ତି ।

ଭୁବନେଶ୍ୱରର ଖଣ୍ଡଗିରିସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରୁ ଓଡ଼ିଆ ମାଧ୍ୟମରେ ଶିକ୍ଷା ଆରମ୍ଭ କରିଥିବା ସ୍ୱୟଂ ପ୍ରକାଶ ଲକ୍ଷ୍ନୌର ଏସ୍‍ଜିପିଜିଆଇଏମ୍‍ଏସ୍‍ରେ ଇମୁନୋ ଜେନିଟିକ୍ସ କ୍ଷେତ୍ରରେ ଉଚ୍ଚତର ଗବେଷଣା କରୁଥିବା ସମୟରେ ପିଏଚ୍‍ଡି ହାସଲ କରିଥିଲେ । ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ଲଗାତାର ୩ବର୍ଷ ଧରି ସ୍ଥାନ ପାଇବା ସହିତ ସିଗ୍‍ମା ସି ଭଳି ବୈଜ୍ଞାନିକ ଅନୁସନ୍ଧାନ ସମାଜରେ ସାମିଲ ହୋଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ସୁଯୋଗ ମିଳିଲେ ନିଜ ମାତୃଭୂମି ଭାରତ ବିଶେଷ କରି ଓଡ଼ିଶା ପାଇଁ ସ୍ୱାସ୍ଥ୍ୟ ବିଜ୍ଞାନ ଗବେଷଣା କ୍ଷେତ୍ରରେ ସେ ସାମିଲ ହୋଇପାରିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ତାଙ୍କ ସଫଳତା ପାଇଁ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

Tags: odia doctorsigma
ShareTweetShareSend
Sanchar Live

Sanchar Live

Next Post
ଶ୍ରୀମନ୍ଦିର ରୋଷରେ ଲୁହା କଢ଼େଇ ବ୍ୟବହାର ଘଟଣା : ୩ ସୂପକାରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ

ଶ୍ରୀମନ୍ଦିର ରୋଷରେ ଲୁହା କଢ଼େଇ ବ୍ୟବହାର ଘଟଣା : ୩ ସୂପକାରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାଜ୍ୟରେ ଆଜି ହୋଇପାରେ ଏକ ବଡ଼ ପରିବର୍ତ୍ତନ
  • ଆସ୍ଥା ଭୋଟ ଜିତିଲେ ବିଜୟ
  • ମାଡି ଆସୁଛି ବାତ୍ୟା!
  • ସହିଦ ନଗର ସବର ସାହିରେ ଛୁରା ମାଡ଼
  • ଟେବୁଲ ଟପ୍ପର ହେବାକୁ RCB ର ଲକ୍ଷ୍ୟ, ଆଗରେ କୋଲକାତା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.