୪୮ ଘଣ୍ଟା ପରେ ହେବ ଭୟଙ୍କର ଆକ୍ରମଣ । ଇରାନକୁ ଟ୍ରମ୍ପଙ୍କ ନୂଆ ଚେତାବନୀ, ନୂଆ ଡେଡଲାଇନ୍ । ହୋର୍ମୁଜ ଖୋଲିବାକୁ ୪୮ ଘଣ୍ଟାର ଡେଡଲାଇନ ଦେଲେ ଆମେରିକା ରାଷ୍ଟ୍ରପତି । ଧାର୍ଯ୍ୟ ସମୟରେ ହୋର୍ମୁଜ ପ୍ରଣାଳୀ ନଖୋଲିଲେଲ କିମ୍ବା ଆମେରିକା ସହ ଡିଲ ନକଲେ ଇରାନ ଚରମ ପରିଣତି ଭୋଗିବ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଲେଖିଛନ୍ତି, “ମନେ ରଖନ୍ତୁ, ମୁଁ ଇରାନକୁ ଚୁକ୍ତି କରିବା ପାଇଁ କିମ୍ବା ହରମୁଜ୍ ଜଳପଥ ଖୋଲିବା ପାଇଁ ୧୦ ଦିନ ସମୟ ଦେଇଥିଲି । ଏବେ ସମୟ ସରି ଆସୁଛି । ମାତ୍ର ୪୮ ଘଣ୍ଟା ବାକି ଅଛି, ନଚେତ୍ ସେମାନଙ୍କ ଉପରେ କଠୋର ଆକ୍ରମଣ ହେବ । ଟ୍ରମ୍ପ ପୂର୍ବରୁ ଦେଇଥିବା ୧୦ ଦିନିଆ ସମୟସୀମା ଏବେ ଶେଷ ପର୍ଯ୍ୟାୟରେ । ୪୮ ଘଣ୍ଟା ପରେ
ଆମେରିକା ବଡ଼ ଧରଣର ଆକ୍ରମଣ କରିପାରେ । ସମଗ୍ର ବିଶ୍ୱ ଏବେ ଏହି ୪୮ ଘଣ୍ଟା ଉପରେ ନଜର ରଖିଛି, କାରଣ ଏହାଦ୍ୱାରା ମଧ୍ୟ-ପ୍ରାଚ୍ୟରେ ଏକ ବଡ଼ ଯୁଦ୍ଧ ଆରମ୍ଭ ହୋଇପାରେ । ଇରାନର ଶକ୍ତି ଭିତ୍ତିଭୂମି, ବିଦ୍ୟୁତ କେନ୍ଦ୍ର ଏବଂ ତୈଳ କୂପଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବାକୁ ଧମକ ଦେଇଛନ୍ତି । ବିଶ୍ୱର ୨୦ପ୍ରତିଶତ ତୈଳ ଯୋଗାଣ ହର୍ମୁଜ ପ୍ରଣାଳୀ ଦେଇ ପରିବହନ ହୋଇଥାଏ । ଯୁଦ୍ଧ ଆରମ୍ଭ ଠାରୁ ଇରାନ ଅବରୋଧ କରିଥିବାରୁ ବିଶ୍ୱ ବଜାରରେ ତେଲ ଦର ବ୍ୟାପକ ଭାବେ ବୃଦ୍ଧି ପାଇଛି । ହର୍ମୁଜ ପ୍ରଣାଳୀ ଖୋଲିବାକୁ ଟ୍ରମ୍ପ ଦେଇଛନ୍ତି ୪୮ ଘଣ୍ଟାର ଅଲଟିମେଟମ । ତେବେ ଏହାକୁ ପ୍ରତ୍ୟାଖ୍ୟାନ କରିଛି ଇରାନ। ଟ୍ରମ୍ପ ଅସହାୟ ବୋଲି କହିଛି ଇରାନ । ଇରାନ ସେନା କମାଣ୍ଡର କହିଛନ୍ତି, ଯଦି ଆମେରିକା ଆକ୍ରମଣ କରେ, ତେବେ ଆମେରିକା ପାଇଁ ନର୍କର ଦ୍ବାର ଖୋଲାଯିବ ।

