Monday, April 20, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ପ୍ରଥମ ବିଜୟ ଲକ୍ଷ୍ୟରେ CSK, ଆଗରେ RCB

Sanchar Live by Sanchar Live
April 5, 2026
in କ୍ରୀଡ଼ା
0
ପ୍ରଥମ ବିଜୟ ଲକ୍ଷ୍ୟରେ CSK, ଆଗରେ RCB
0
SHARES
8
VIEWS
FacebookTwitter

ଚଳିତ ଆଇପିଏଲ୍‌ର ୧୧ତମ ଲିଗ୍ ମ୍ୟାଚରେ ରବିବାର ୫ଥର ଚାମ୍ପିଅନ୍ ଚେନ୍ନାଇ ଡିଫେଣ୍ଡିଂ ଚାମ୍ପିଅନ୍ ବେଙ୍ଗାଲୁରୁକୁ ଭେଟିବ । ବେଙ୍ଗାଲୁରୁ ପ୍ରଥମ ମ୍ୟାଚରେ ହାଇଦ୍ରାବାଦକୁ ହରାଇଥିଲା । ଆଜି ଘରୋଇ ଗ୍ରାଉଣ୍ଡରେ ବିଜୟ ଧାରା ଜାରି ରଖିବାକୁ ବେଙ୍ଗାଲୁରୁ ପ୍ରୟାସ କରିବ । ଚେନ୍ନାଇ ଇତି ମଧ୍ୟରେ ୨ଟି ମ୍ୟାଚ ଖେଳି ସାରିଥିଲେ ହେଁ ବିଜୟ ଖାତା ଖୋଲି ନାହିଁ । ଫଳରେ ଯଥା ସମ୍ଭବ ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେନ୍ନାଇ ଚେଷ୍ଠା କରିବ ।

ପୂର୍ବ ରେକର୍ଡ ଚେନ୍ନାଇ ପକ୍ଷରେ ରହିଛି । ମାତ୍ର ବେଙ୍ଗାଲୁରୁ ଦୀର୍ଘ ୧୮ ବର୍ଷ ପରେ ଫେରି ପାଇଥିବା ଲୟକୁ ଏତେ ସହଜରେ ହରାଇବାକୁ ଚାହିଁବ ନାହିଁ । ଫଳରେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୩୫ଥର ଭେଟିଛନ୍ତି । ଏଥିରୁ ବେଙ୍ଗାଲୁରୁ ୧୩ଟି ମ୍ୟାଚ ଜିତିଥିବାବେଳେ ଚେନ୍ନାଇ ୨୧ଟି ମ୍ୟାଚରେ ବିଜୟୀ ହୋଇଛି ।

ଗତ ସିଜନରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଥିଲେ । ବେଙ୍ଗାଲୁରୁ ଉଭୟ ମ୍ୟାଚ ଜିତିଥିଲା । ଗତ ସିଜନରେ ବେଙ୍ଗାଲୁରୁକୁ ଚାମ୍ପିଅନ କରାଇଥିବା ଜୋସ ହାଜେଲଉଡ୍ ଏ ପର୍ଯ୍ୟନ୍ତ ଫିଟ୍ ହୋଇ ନଥିଲେ ହେଁ ତାଙ୍କ ଅନୁପସ୍ଥିତି ଅନୁଭବ ହୋଇ ନାହିଁ । କାରଣ ହାଜେଲଉଡ୍‌ଙ୍କ ସ୍ଥାନରେ ଖେଳୁଥିବା ଜାକବ ଡଫି ଘାତକ ବୋଲିଂ କରୁଛନ୍ତି । ଆଜି ସେ ବେଙ୍ଗାଲୁରୁର ବୋଲିଂ ବିଭାଗ ସମ୍ଭାଳିବେ ।

ସିଏସକେର ବୋଲିଂ ବିଭାଗ ଦୁର୍ବଳ ମନେ ହେଉଛି । ନୂର ଅହମ୍ମଦ ଓ ମାଟ ହେନରୀ ଗତ ପଞ୍ଜାବ ବିପକ୍ଷ ମ୍ୟାଚରେ ବୋଲିଂ ବିଭାଗ ସମ୍ଭାଳିଥିଲେ ଓ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ । ଆଜି ଚେନ୍ନାଇ ଜାମି ଓଭରଟନଙ୍କୁ ଏକାଦଶକୁ ଫେରାଇ ଆଣିବାକୁ ଯୋଜନା କରିବ । ଫର୍ମ ହରାଇଥିବା ନୂରଙ୍କ ସ୍ଥାନରେ ପେସ୍ ବୋଲର ଗୁରଜନପ୍ରୀତ ସିଂହ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ର ବାଉଣ୍ଡାରୀ ଛୋଟ ଥିବାରୁ ସ୍ପିନରଙ୍କ ସ୍ଥାନରେ ପେସ୍ ବୋଲରଙ୍କୁ ଖେଳାଇବା ଉନ୍ନତ ନିଷ୍ପତ୍ତି ସାବ୍ୟସ୍ତ ହେବ ।

ଆଜି ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ୱର କୁମାର ଓ ଚେନ୍ନାଇ ପକ୍ଷରୁ ସଞ୍ଜୁ ସାମସନଙ୍କ ଉପରେ ନଜର ରହିବ । ଇତି ମଧ୍ୟରେ ୧୯୯ଟି ୱିକେଟ୍ ଅକ୍ତିଆର କରିସାରିଥିବା ଭୁବନେଶ୍ୱର ଆସନ୍ତାକାଲି ୨୦୦ ୱିକେଟ୍ କ୍ଲବରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରଥମ ୨ଟି ମ୍ୟାଚରେ ସଞ୍ଜୁଙ୍କ ବ୍ୟାଟ୍ ନିରବ ରହିଥିଲା । ମାତ୍ର ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ତାଙ୍କ ପ୍ରଦର୍ଶନକୁ ଦର୍ଶକ ଭୁଲି ନାହାନ୍ତି । ଖୁବ୍ ଶୀଘ୍ର ସଞ୍ଜୁ ଫର୍ମକୁ ଫେରି ଚେନ୍ନାଇ ପାଇଁ ମ୍ୟଚ ବିଜୟୀ ଇନିଂସ ଖେଳିବେ ।

ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ ରହିବ । ଏଠାରେ ଆଜି ବିଶାଳ ସ୍କୋର ସଂଗୃହୀତ ହେବା ଏକ ପ୍ରକାର ନିଶ୍ଚିତ । ରାତ୍ରିରେ କାକର ପ୍ରଭାବ ରହିବ । ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦଳ

ଚେନ୍ନାଇ ଦଳ: ସଞ୍ଜୁ ସାମସନ, ଋତୁରାଜ ଗାଏକୱାଡ୍(ଅଧିନାୟକ), ଆୟୂଷ ମାହତ୍ରେ, ସର୍ଫରାଜ ଖାନ, ଶିବମ ଦୁବେ, କାର୍ତ୍ତିକ ଶର୍ମା, ପ୍ରଶାନ୍ତ ବୀର, ମାଟ ହେନରୀ, ନର ଅହମ୍ମଦ/ଗୁରଜନପ୍ରୀତ ସିଂହ, ଅଂଶୁଲ କାମ୍ବୋଜ, ଖଲିଲ ଅହମ୍ମଦ, ରାହୁଲ ଚହର/ଅକିଲ ହୋସେନ ।

ବେଙ୍ଗାଲୁରୁ ଦଳ: ବିରାଟ କୋହଲି, ଫିଲ ସଲ୍ଟ, ଦେବଦତ୍ତ ପାଡ଼ିକଲ, ରଜତ ପାତିଦାର(ଅଧିନାୟକ), ଜିତେଶ ଶର୍ମା, ଟିମ ଡେଭିଡ୍, ରୋମାରିଓ ସେଫର୍ଡ, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଅଭିନନ୍ଦନ ସିଂହ, ଜାକବ ଡଫି, ସୂୟାଶ ଶର୍ମା ।

Tags: IPL 2026Rcb vs csk
ShareTweetShareSend
Sanchar Live

Sanchar Live

Next Post
ବାସି ଦହି ପଖାଳ ଖାଇଲେ କଣ ମିଳେ ଫାଇଦା?

ବାସି ଦହି ପଖାଳ ଖାଇଲେ କଣ ମିଳେ ଫାଇଦା?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜିଠୁ ଆରମ୍ଭ ଚାରିଧାମ ଯାତ୍ରା
  • ଅକ୍ଷୟ ତୃତୀୟ ପୂର୍ବରୁ ନଜର ପକାନ୍ତୁ ଆଜିର ସୁନା ଦର ଉପରେ…
  • ୨୩ ତାରିଖ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି
  • କିଏ ଜିତିବ ଆଜିର ମ୍ୟାଚ? PBKS VS LSG…
  • ମୋ ଜିଲ୍ଲା ମହୋତ୍ସବରେ ମୋତେ ଅପମାନ କରାଗଲା : ବଣ୍ଟି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.