Saturday, June 6, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ବଢ଼ିଲାଣି ଦିଦିଙ୍କ ଚିନ୍ତା, ଦିଲ୍ଲୀରେ TMCରେ ବିଦ୍ରୋହ

Sanchar Live by Sanchar Live
June 6, 2026
in ରାଜନୀତି
0
ବଢ଼ିଲାଣି ଦିଦିଙ୍କ ଚିନ୍ତା, ଦିଲ୍ଲୀରେ TMCରେ ବିଦ୍ରୋହ
0
SHARES
2
VIEWS
FacebookTwitter

ନିର୍ବାଚନ ହାରିବା ପରେ ତୃଣମୂଳ କଂଗ୍ରେସରେ କିଛି ଠିକ୍ ଚାଲିନି । ମମତା ବାନାର୍ଜୀଙ୍କୁ ଖାତିର କରୁ ନାହାଁନ୍ତି ଦଳର ବିଧାୟକ ଏବଂ ସାଂସଦ । ବୈଠକକୁ ଆସୁ ନାହାଁନ୍ତି । ଦଳରେ ଗୋଷ୍ଠୀ କନ୍ଦଳ ତୀବ୍ର ହେଲାଣି । ମମତାଙ୍କ ହାତରୁ ନେତୃତ୍ୱ ଖସିବାକୁ ବସିଲାଣି । କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ଦିଲ୍ଲୀରେ ମଧ୍ୟ ଟିଏମସିର ନୂଆ ବିଦ୍ରୋହ ମୁଣ୍ଡ ଟେକିଛି ।

ରିପୋର୍ଟ ଅନୁସାରେ, ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ୬୦ରୁ ଅଧିକ ବିଧାୟକ ମମତାଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଛନ୍ତି । ଟିଏମସି ପ୍ରଥମ ଥର ଏତେ ବଡ ଆଭ୍ୟନ୍ତରୀଣ କନ୍ଦଳର ସମ୍ମୁଖୀନ ହୋଇଛି । ତେବେ ଏହି ବିଦ୍ରୋହ ସଂସଦ ଯାଏଁ ପହଁଚିଗଲାଣି । ସାଂସଦ ସୁଖେନ୍ଦୁ ଶେଖର ରୟ ଏନେଇ ବୟାନ ରଖିଛନ୍ତି ।

ସେ କହିଛନ୍ତି ଯେ, କମ୍ ସମୟରେ ଅଧିକରୁ ଅଧିକ ବିଧାୟକ ମମତାଙ୍କ ହାତ ଛାଡିଛନ୍ତି । ଲୋକସଭାରେ ସମାନ ସ୍ଥିତି ଦେଖିବାକୁ ମିଳିବ । ରାଜ୍ୟସଭାରେ ମଧ୍ୟ ଏପରି ସମ୍ଭାବନାକୁ କେହି ଏଡାଇ ଦେଇପାରିବେ ନାହିଁ । ଅନ୍ୟ ଦିଗରେ ବରିଷ୍ଠ ଟିଏମସି ସାଂସଦ ସୌଗତ ରୟ ମମତାଙ୍କ ସପକ୍ଷରେ ବାହାରି କୌଣସି କନ୍ଦଳ ଏବଂ ବିଦ୍ରୋହର ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ମମତା ଖୁବ୍ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ସେ କହିଛନ୍ତି ।

ତେବେ ବାରାସାତ୍ ସାଂସଦ କାକୋଲି ଘୋଷଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି । କାରଣ ଦଳରେ ସେ ସନ୍ତୁଷ୍ଟ ନାହାଁନ୍ତି । ଲୋକସଭାରେ ଦଳର ମୁଖ୍ୟ ସଚେତକ ପଦରୁ ହଟାଯିବା ପରେ ସେ ଖୋଲାଖୋଲି ବିଦ୍ରୋହ ଆରମ୍ଭ କରିଛନ୍ତି । ତେବେ ଗତ ଦୁଇ ଦିନ ମଧ୍ୟରେ ମମତା ଅନେକ ଅସନ୍ତୁଷ୍ଟ ବିଧାୟକ ଏବଂ ସାଂସଦଙ୍କ ସହ କଥା ହୋଇଥିବା କୁହାଯାଉଛି । ସମସ୍ୟା ଜଟିଳ ହେବା ପୂର୍ବରୁ ଏହାର ସମାଧାନ ପାଇଁ ମମତା ଉଦ୍ୟମ କରୁଛନ୍ତି । ସଂସଦରେ ଦୁଇ ସବୁଠୁ ବିଶ୍ୱସ୍ତ ସାଂସଦଙ୍କୁ ଅନ୍ୟ ସାଂସଦଙ୍କ ସହ ଲଗାତାର ଆଲୋଚନା କରିବାକୁ ଦାୟିତ୍ୱ ଦିଆଯାଇଛି ।

ଏବେ ଟିଏମସି ପାଖରେ ଲୋକସଭାରେ୨୮ସାଂସଦ ଏବଂ ରାଜ୍ୟସଭାରେ୧୩ଜଣ ସାଂସଦ ଅଛନ୍ତି । ଯଦି ଦୁଇ ତୃତୀୟାଂଶ ସାଂସଦ କୌଣସି ଅନ୍ୟ ଦଳକୁ ଯାଆନ୍ତି ତାହାଲେ ସେମାନଙ୍କ ସଦସ୍ୟତା ରବ୍ଦ ହେବ ନାହିଁ । ପ୍ରଥମେ ଋତବ୍ରତ ଗୋଷ୍ଠୀର ଅନେକ ସାଂସଦ ନିଜକୁ ପ୍ରକୃତ ଟିଏମସି କହୁଛନ୍ତି । ସେମାନେ ମମତାଙ୍କଠୁ ଭିନ୍ନ ହୋଇପାରନ୍ତି । ଦ୍ୱିତୀୟରେ ଏହି ସାଂସଦମାନେ ଅନ୍ୟ କୌଣସି ଦଳ ସହ ବିଲୟ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ଅନ୍ୟ ଦିଗରେ ଦଳର ଚିହ୍ନ ଏବଂ ସଙ୍ଗଠନ ଉପରେ ଦାବି କେବଳ ବିଧାୟକ ଏବଂ ସାଂସଦଙ୍କ ସଂଖ୍ୟାରେ ସ୍ଥିର ହେବ ନାହିଁ । ଏଥିପାଇଁ ନିର୍ବାଚନ ଆୟୋଗଙ୍କ ଆଗରେ ପ୍ରକୃତ ବହୁମତ କାହା ପାଖରେ ଅଛି ପ୍ରମାଣିତ କରିବାକୁ ହେବ । ସେ ଯାହା ବି ହେଉ ନା କାହିଁକି ପଶ୍ଚିମବଙ୍ଗରେ ଟିଏମସିର କନ୍ଦଳ ଏବେ କେବଳ ବିଧାନସଭାରେ ସୀମିତ ନଥିବା ସ୍ପଷ୍ଟ ହୋଇ ସାରିଛି ।

Tags: MamatabanarjeeTmcWestbengal
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବଢ଼ିଲାଣି ଦିଦିଙ୍କ ଚିନ୍ତା, ଦିଲ୍ଲୀରେ TMCରେ ବିଦ୍ରୋହ
  • ଆୟାରଲ୍ୟାଣ୍ଡ୍ ଏବଂ ଇଂଲଣ୍ଡ ବିପକ୍ଷ T-20 ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ବୈଭବଙ୍କୁ ସୁଯୋଗ
  • ବୋର୍ଡ-ନିଗମ ନିଯୁକ୍ତି ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ
  • ପାଟନା ସିଭିଲ କୋର୍ଟରେ ଆତ୍ମସମର୍ପଣ କଲେ ଖାନ ସାର
  • ସ୍କୁଲ ଛାତ୍ରୀଙ୍କୁ ଘରୁ ଜବରଦସ୍ତ ଅପହରଣ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.