ଜେଲରୁ ଚମ୍ପଟ ମାରିଲେ ୧୭ କଏଦୀ । ତାମିଲନାଡୁର ଥେନି ଜେଲ୍ରୁ ୧୭ ଜଣ କଏଦୀ ଫେରାର ହୋଇଯାଇଥିବା ଖବର ପରେ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଜେଲ୍ କର୍ମଚାରୀଙ୍କୁ ଆକ୍ରମଣ କରି କଏଦୀମାନେ ଫେରାର ହୋଇଥିବା ଜଣାପଡ଼ିଛି । ଘଟଣା ପରେ ପୋଲିସ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଛି। ଫେରାର କଏଦୀଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ୧୭ଟି ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଛି ।
କଏଦୀମାନେ ଫେରାର ହେବା ପରେ ପଡ଼ୋଶୀ ଡିଣ୍ଡିଗୁଲ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଠାରେ ୧୬ଟି ସ୍ଥାନରେ ଚେକ୍ପୋଷ୍ଟ ସ୍ଥାପନ କରାଯାଇ ସମସ୍ତ ଯାନବାହନକୁ ଯାଞ୍ଚ କରାଯାଉଛି । ଏଥିସହ ଆଖପାଖ ଜିଲ୍ଲାର ପୋଲିସକୁ ସତର୍କ ରଖାଯାଇଛି ।

