Friday, April 24, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ଘରୋଇ ଗ୍ରାଉଣ୍ଡରେ RCBକୁ ଭେଟିବ ଗୁଜୁରାଟ

Sanchar Live by Sanchar Live
April 24, 2026
in କ୍ରୀଡ଼ା
0
ଆଜି ଘରୋଇ ଗ୍ରାଉଣ୍ଡରେ RCBକୁ ଭେଟିବ ଗୁଜୁରାଟ
0
SHARES
5
VIEWS
FacebookTwitter

ଚଳିତ ଆଇପିଏଲ୍‌ର ୩୪ତମ ଲିଗ୍ ମ୍ୟାଚରେ ଆଜି ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡରେ ଗୁଜରାଟକୁ ଭେଟିବ । ଏହି ମ୍ୟାଚ ଜରିଆରେ ଭାରତୀୟ କ୍ରିକେଟ୍‌ର କିଙ୍ଗ୍ ବିରାଟ କୋହଲି ଓ ପ୍ରିନ୍ସ ଶୁଭମନ ଗିଲ୍ ମଧ୍ୟରେ କଡ଼ା ଟକ୍ରଲ ଦେଖିବାକୁ ମିଳିବ । ଶେଷ ମ୍ୟାଚରେ ପରାଜିତ ହୋଇଥିବା ଉଭୟ ଦଳ ବିଜୟଧାରାକୁ ଫେରିବା ପାଇଁ ତତ୍ପର ରହିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ବେଙ୍ଗାଲୁରୁ ଗତ ୧୮ ତାରିଖରେ ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀଠାରୁ ପରାଜିତ ହୋଇଥିଲା । ଦିଲ୍ଲୀର ଶୃଙ୍ଖଳିତ ବୋଲିଂ ଓ ଚତୁର ରଣନୀତି ଆଗରେ ବେଙ୍ଗାଲୁରୁ ଫେଲ ମାରିଥିଲା। ଗୁଜରାଟ ଦଳ ମଧ୍ୟ ଚତୁର ରଣନୀତି ପାଇଁ ପରିଚିତ । ଆଶିଷ ନେହରାଙ୍କ ଅଧିନରେ ଗିଲଙ୍କ ଦଳ ସର୍ବଦା ଶୃଙ୍ଖଳିତ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଇ ଆସିଛି । ଫଳରେ ଆଜି ଉଭୟ ଦଳର ରଣନୀତି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବା ନିଶ୍ଚିତ । ଖାଲି ସେତିକି ନୁହେଁ, ଉଭୟ ଦଳର ପେସ୍ ବୋଲିଂ ବିଭାଗ ମଧ୍ୟରେ ମଧ୍ୟ ଏକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ ।

ଏହି ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ପରସ୍ପରକୁ ୬ ଥର ଭେଟିଛନ୍ତି ଓ ୩ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଗତ ବର୍ଷ ଗୁଜରାଟ ୬ ୱିକେଟ୍‌ରେ ବେଙ୍ଗାଲୁରୁକୁ ହରାଇଥିଲା । ଏଥର ବେଙ୍ଗାଲୁରୁ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଠା କରିବ । ଆଜି କୋହଲି ଗୋଟିଏ ଛକା ମାରିଲେ ୩୦୦ ଆଇପିଏଲ୍ ଛକା କ୍ଲବ୍‌ରେ ସାମିଲ ହେବେ । ପୂର୍ବରୁ କେବଳ କ୍ରିସ ଗେଲ ଓ ରୋହିତ ଶର୍ମା ଏହି କ୍ଲବରେ ରହିଛନ୍ତି ।

ବେଙ୍ଗାଲୁରୁ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ମାତ୍ର ଗୁଜରାଟ ଏକାଦଶରେ ପରିବର୍ତ୍ତନ କରିପାରେ । ଫର୍ମ ହରାଇଥିବା ଶାହରୁଖ ଖାନ କିମ୍ବା ରାହୁଲ ତେୱାତିଆଙ୍କ ସ୍ଥାନରେ କୁମାର କୂଶାଗ୍ରଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ । ଗୁଜରାଟ ମଧ୍ୟ ଫର୍ମରେ ରହିଥିବା ଜାସନ ହୋଲ୍ଡରଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳାଇବା ଆଶା କରାଯାଉଛି ।

ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଛୋଟ ବାଉଣ୍ଡାରୀ ଓ ଦ୍ରୁତ ଆଉଟ୍ ଫିଲ୍ଡ ଯୋଗୁଁ ବିଶାଳ ସ୍କୋର ହେବା ଏକ ପ୍ରକାର ନିଶ୍ଚିତ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦଳ

ବେଙ୍ଗାଲୁରୁ: ବିରାଟ କୋହଲି, ଫିଲ ସଲ୍ଟ, ଦେବଦତ୍ତ ପାଡ଼ିକଲ, ରଜତ ପାତିଦାର(ଅଧିନାୟକ), ଟିମ ଡେଭିଡ୍, ଜିତେଶ ଶର୍ମା, ରୋମାରିଓ ସେଫର୍ଡ/ଜାକବ ବେଥେଲ, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ସୂୟାଶ ଶର୍ମା, ଜୋସ ହାଜେଲଉଡ୍, ରସିକ ସଲାମ ।

ଗୁଜରାଟ : ଶୁଭମନ ଗିଲ୍(ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର, ୱାସିଂଟନ ସୁନ୍ଦର, ଶାହରୁଖ ଖାନ/କୁମାର କୂଶାଗ୍ର, ଗ୍ଲେନ ଫିଲିପ୍ସ, ରାହୁଲ ତେୱାତିଆ, ରସିଦ ଖାନ, ଜାସନ ହୋଲ୍ଡର/କାଗିସୋ ରାବାଡା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଅଶୋକ ଶର୍ମା ।

Tags: cricketIPL 2026Rcb vs dc
ShareTweetShareSend
Sanchar Live

Sanchar Live

Next Post
ପଶ୍ଚିମବଙ୍ଗରୁ ହଟୁଛନ୍ତି ‘ଦିଦି’, ଆସୁଛି ବିଜେପି: ଶାହ

ପଶ୍ଚିମବଙ୍ଗରୁ ହଟୁଛନ୍ତି ‘ଦିଦି’, ଆସୁଛି ବିଜେପି: ଶାହ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳ ବଦଳ
  • କମିଲା ସୁନା ଦର, ଜାଣନ୍ତୁ ଆଜିର ଦାମ
  • କେବେ ମଇଦାନକୁ ଫେରିବେ ଧୋନି?
  • ଆଦିବାସୀ ଯୁବତୀଙ୍କ କରୁଣ କାହାଣୀ, ଉଦ୍ଧାର କରିବାକୁ ନିବେଦନ
  • ପଶ୍ଚିମବଙ୍ଗରୁ ହଟୁଛନ୍ତି ‘ଦିଦି’, ଆସୁଛି ବିଜେପି: ଶାହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.