Saturday, May 23, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ପଞ୍ଜାବ ପାଇଁ ‘କର ବା ମର’ ମୁକାବିଲା

Sanchar Live by Sanchar Live
May 23, 2026
in କ୍ରୀଡ଼ା
0
ଆଜି ପଞ୍ଜାବ ପାଇଁ ‘କର ବା ମର’ ମୁକାବିଲା
0
SHARES
1
VIEWS
FacebookTwitter

ଚଳିତ ଆଇପିଏଲ୍‌ର ୬୮ତମ ଲିଗ୍ ମୁକାବିଲାରେ ଆଜି ଲକ୍ଷ୍ନୌ ଘରୋଇ ଗ୍ରାଉଣ୍ଡରେ ପଞ୍ଜାବକୁ ଭେଟିବ । ଲକ୍ଷ୍ନୌ ଅନ୍ତିମ ମ୍ୟାଚ ଜିତି ବିଦାୟ ନେବ । ପଞ୍ଜାବ ପାଇଁ ପ୍ଲେ- ଅଫ୍‌ରେ ପହଞ୍ଚିବାର ସୁଯୋଗ ରହିଛି । ଆଜି ବିଜୟ ହାସଲ କଲେ ପଞ୍ଜାବର ପଏଣ୍ଟ ୧୫ରେ ପହଞ୍ଚିବ । ତଥାପି ରାଜସ୍ଥାନର ଅନ୍ତିମ ମ୍ୟାଚକୁ ଅପେକ୍ଷା କରିବାକୁ ପଡ଼ିବ । ରାଜସ୍ଥାନ ୧୩ଟି ମ୍ୟାଚରୁ ୧୪ ପଏଣ୍ଟ ଅର୍ଜନ କରି ସାରିଛି । ରବିବାର ହେବାକୁ ଥିବା ମୁମ୍ବାଇ ବିପକ୍ଷ ଅନ୍ତିମ ମ୍ୟାଚ ଜିତିଲେ ରାଜସ୍ଥାନ ଚତୁର୍ଥ ଦଳ ଭାବେ ପ୍ଲେ- ଅଫରେ ପ୍ରବେଶ କରିବ । ପରାଜିତ ହେଲେ ପଞ୍ଜାବ ପ୍ଲେ-ଅଫ୍‌ରେ ପହଞ୍ଚି ଯିବ ।  ପଞ୍ଜାବ ପାଇଁ ଏହି ମ୍ୟାଚ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି ।

କ୍ରମାନ୍ୱୟରେ ୬ଟି ମ୍ୟାଚ ପରାଜିତ ହେବା ପରେ ପଞ୍ଜାବର ମନୋବଳ ମଧ୍ୟ ହ୍ରାସ ପାଇଛି । ଆଜି ସବୁ ଶକ୍ତି ଏକଜୁଟ କରି ପଞ୍ଜାବକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ । କୌଣସି ବିଭାଗରେ ସେଭଳି ସମସ୍ୟା ନଥିଲେ ମଧ୍ୟ ରଣନୀତି ଓ ସଠିକ୍ ସମୟରେ ଉପଯୁକ୍ତ ଖେଳାଳିଙ୍କୁ ଉପଯୋଗ କରିବାରେ ପଞ୍ଜାବ ବିଫଳ ହୋଇ ପରାଜିତ ହୋଇଛି । ଦଳର ପ୍ରତ୍ୟେକ ବ୍ୟାଟର ଫର୍ମରେ ଅଛନ୍ତି । ବୋଲିଂ ବିଭାଗ ସାମାନ୍ୟ ଦୁର୍ବଳ ମନେ ହେଉଥିଲେ ହେଁ ସେଭଳି ଲୟ ହରାଇ ନାହିଁ । ତଥାପି ଦଳକୁ ବାରମ୍ବାର ପରାଜୟର ସାମ୍ନା କରିବାକୁ ପଡ଼ୁଛି । ଆଜି ପଞ୍ଜାବ ବିଜୟ ମନୋଭାବ ସହ ଗ୍ରାଉଣ୍ଡକୁ ଓହ୍ଲାଇବା ଜରୁରି । ଲକ୍ଷ୍ନୌ ଦଳ ଦୌଡ଼ରେ ନଥିବାରୁ ଚାପ ଅନୁଭବ କରିବ ନାହିଁ । ତେଣୁ ଏଭଳି ଦଳ ପ୍ରତିପକ୍ଷ ପାଇଁ ଚିନ୍ତାର କାରଣ ସାଜିବା ସ୍ୱାଭାବିକ ।

ମିଚେଲ ମାର୍ଶ ଚମତ୍କାର ଫର୍ମରେ ରହିଥିବାରୁ ବ୍ୟାଟିଂ ବିଭାଗର ସବୁ ଦୁର୍ବଳତା ଦୂର ହୋଇଛି । ବୋଲିଂ ବିଭାଗ ମଧ୍ୟ ସୁଦୃଢ ରହିଛି । ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ଉଭୟ ବ୍ୟାଟର ଓ ବୋଲରଙ୍କ ପାଇଁ ସୁଯୋଗ ଆଣିପାରିବ । ଏଠାରେ ସତର୍କତାର ସହ ବ୍ୟାଟିଂ କଲେ ବିଶାଳ ସ୍କୋର ସମ୍ଭବ । ତେଣୁ ତରବରିଆ ଭାବେ ବଡ଼ ସଟ୍ ଖେଳିବାର ଆବଶ୍ୟକତା ପଡ଼ିବ ନାହିଁ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।​​​​​​​

ସମ୍ଭାବ୍ୟ ଦଳ

ଲକ୍ଷ୍ନୌ: ମିଚେଲ ମାର୍ଶ, ଜୋସ ଇଂଲିଶ, ନିକୋଲାସ ପୂରନ, ଆୟୂଷ ବାଦୋନି, ରିଷଭ ପନ୍ତ(ଅଧିନାୟକ), ଅବଦୁଲ ସମଦ, ସାହବାଜ ଅହମ୍ମଦ, ମହସିନ ଖାନ, ମୟଙ୍କ ଯାଦବ, ମହମ୍ମଦ ସାମି, ପ୍ରିନ୍ସ ଯାଦବ, ଦିଗବେଶ ରାଠି ।

ପଞ୍ଜାବ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, କୁପର କନ୍ନଲି, ଶ୍ରେୟାସ ଆୟର(ଅଧିନାୟକ), ସୂର୍ୟାଂଶ ସେଡଗେ, ମାର୍କସ ଷ୍ଟଇନିସ୍, ଶଶାଙ୍କ ସିଂହ, ଅଜମତୁଲ୍ଲା ଓମାରଜାଇ, ହରପ୍ରୀତ ବ୍ରାର, ଲୋକି ଫର୍ଗୁସନ, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ ।

Tags: Ipl2026lsg vs pbks
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ପଞ୍ଜାବ ପାଇଁ ‘କର ବା ମର’ ମୁକାବିଲା
  • ପୁଣି ବଢିଲା ପେଟ୍ରୋଲ- ଡିଜେଲ ଦାମ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ଖରା ଦିନରେ ପିଉଛନ୍ତି କି ଅଧିକ ପାଣି? ଜାଣିରଖନ୍ତୁ….
  • ପୁଣି ରାସ୍ତାରେ ଗୁଣ୍ଡାରାଜ, ପୋଲିସକୁ ନାହିଁ ଭୟ!

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.