Saturday, August 29, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ନେପାଳ ଜଳପ୍ରଳୟ ମୃତ୍ୟୁସଂଖ୍ୟା ୬୦୦ ପାର

Sanchar Live by Sanchar Live
August 29, 2026
in ବିଦେଶ
0
ନେପାଳ ଜଳପ୍ରଳୟ ମୃତ୍ୟୁସଂଖ୍ୟା ୬୦୦ ପାର
0
SHARES
9
VIEWS
FacebookTwitter

ଦିନକୁ ଦିନ ବଢିଚାଲିଛି ନେପାଳ ଜଳପ୍ରଳୟ ମୃତ୍ୟୁସଂଖ୍ୟା । ନେପାଳର ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ସାମ୍ନାକୁ ଆସୁଛି ଭୟଙ୍କର ଚିତ୍ର । ନେପାଳ ବିପର୍ଯ୍ୟୟ ପରିଚାଳନା ବିଭାଗର ତଥ୍ୟ ଅନୁସାରେ, ଏବେ ବି ୨୦୦୦ ଲୋକଙ୍କ କୌଣସି ପତ୍ତା ମିଳୁନାହିଁ । ସେହିପରି ନେପାଳ ଜଳପ୍ରଳୟରେ ମୃତ୍ୟୁସଂଖ୍ୟା ୬୦୦ ପାର ହୋଇଛି । ୩,୭୦୦ରୁ ଅଧିକ ଲୋକଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି । ହଜାର ହଜାର ସୁରକ୍ଷାକର୍ମୀ ଉଦ୍ଧାର ଓ ସନ୍ଧାନ ଅଭିଯାନରେ ନିୟୋଜିତ ଅଛନ୍ତି ।

ତେବେ ସ୍ଥିତି ଏଭଳି ହେଲାଣି ଯେ, ମୃତଦେହଗୁଡ଼ିକୁ ରଖିବାକୁ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ମୃତଦେହଗୁଡ଼ିକୁ ନୁୱାକୋଟ, ଚିତୱାନ, ତାନାହୁନ ଓ ନବଲପରାସି ସମେତ କେନ୍ଦ୍ରୀୟ ନେପାଳର ବିସ୍ତୃତ ଅଞ୍ଚଳରେ ଉଦ୍ଧାର କରାଯାଇଛି । ସ୍ଥାନୀୟ ହସ୍ପିଟାଲଗୁଡ଼ିକରେ ସ୍ଥାନ ସରିଯିବା ପରେ ଅନେକ ଜିଲ୍ଲାର କର୍ତ୍ତୃପକ୍ଷ ମୃତଦେହଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଛନ୍ତି । ଅଧିକ ମୃତଦେହ ଉଦ୍ଧାର ହେଲେ ଏସବୁର ସଂରକ୍ଷଣ ପାଇଁ ଅସ୍ଥାୟୀ ସୁବିଧା ପ୍ରସ୍ତୁତ କରାଯାଉଛି ।

ହେଲିକପ୍ଟର ଯୋଗେ ଦୁର୍ଗମ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯିବା ସହ ଖାଦ୍ୟ ଓ ଜରୁରୀ ସାମଗ୍ରୀ ପହଞ୍ଚାଯାଉଛି । ନିଖୋଜଙ୍କ ସଂଖ୍ୟା ଏତେ ଦ୍ରୁତ ଗତିରେ ବଢ଼ିବା ଏବେ ସବୁଠାରୁ ବଡ଼ ଚିନ୍ତାର କାରଣ ପାଲଟିଛି । ବନ୍ୟାରେ ଅନେକ ଗାଁ ଓ ବସତି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବାରୁ ପ୍ରଥମ ପର୍ଯ୍ୟାୟରେ ସେଠାକାର ସମସ୍ତ ନିଖୋଜ ବ୍ୟକ୍ତିଙ୍କ ନାମ ସରକାରୀ ତାଲିକାରେ ଆସିପାରିନଥିଲା । ବିଦେଶୀ ନାଗରିକମାନେ ମଧ୍ୟ ବହୁ ସଂଖ୍ୟାରେ ନିଖୋଜ ଅଛନ୍ତି ।

ଚୀନର ତିବ୍ବତ ପଟେ ମଧ୍ୟ ୫୫୮ ଜଣ ନିଖୋଜ ଥିବା ଚୀନ ସରକାରୀ ଗଣମାଧ୍ୟମ ସୂଚନା ଦେଇଛି । ଉଦ୍ଧାରକାରୀଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି ମାଟି, ପଥର ଓ ଧ୍ୱଂସାବଶେଷର ସ୍ତର । ବନ୍ୟାର ପ୍ରଚଣ୍ଡ ସ୍ରୋତ ରାସ୍ତା, ସେତୁ, ଘର ଏବଂ ଜଳବିଦ୍ୟୁତ ପ୍ରକଳ୍ପକୁ ଧ୍ୱଂସ କରିଦେଇଛି । କାଦୁଅ ଓ ଭଗ୍ନାବଶେଷ ତଳେ କେହି ଜୀବିତ ଅଛନ୍ତି କି ନାହିଁ, ସେଥିପାଇଁ ଚାଲିଛି ଜୋରଦାର ସନ୍ଧାନ ।

ନେପାଳ ଜଳପ୍ରଳୟରେ ୩୨୦ରୁ ଅଧିକ ଭାରତୀୟ ନିଖୋଜ ଅଛନ୍ତି । ସେମାନଙ୍କ ସହ ଯୋଗାଯୋଗ ହୋଇ ପାରୁନାହିଁ । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି । ଗତକାଲି ଉଦ୍ଧାର ହୋଇଥିବା ୨୧ ଭାରତୀୟ ଆଜି ଭାରତ ପହଞ୍ଚିଛନ୍ତି । ତେବେ ଚୀନ ପାର୍ଶ୍ବରେ ଥିବା ୪୦୦ ଭାରତୀୟ ସୁରକ୍ଷିତ ଅଛନ୍ତି । ୮୫ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଘଟଣାର ୩ୟ ଦିନରେ ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

Tags: deathNepal flood
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ନେପାଳ ଜଳପ୍ରଳୟ ମୃତ୍ୟୁସଂଖ୍ୟା ୬୦୦ ପାର
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି
  • CNG କାହିଁକି ମହଙ୍ଗା, ଦାମ ବୃଦ୍ଧି ପଛର ବଡ଼ କାରଣ
  • ଆଜି ଲଘୁଚାପ, ୬ ଦିନ ପ୍ରବଳ ବର୍ଷିବ
  • ପୁଅ କହିଲା ମଟନ ଖାଇବି: ମାରିଦେଲା ବାପା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.