ଚଳିତ ଆଇପିଏଲ୍ରେ ଆଜି ଦ୍ୱିତୀୟ କ୍ୱାଲିଫାୟର ମୁକାବିଲା ଖେଳାଯିବ । ପ୍ରଥମ କ୍ୱାଲିଫାୟରରେ ବେଙ୍ଗାଲୁରୁ ଠାରୁ ପରାଜିତ ହୋଇଥିବା ଗୁଜରାଟ ଏଲିମିନେଟର ମୁକାବିଲାର ବିଜେତା ରାଜସ୍ଥାନକୁ ଭେଟିବ । ବିଜୟୀ ଦଳ ୩୧ତାରିଖ ଦିନ ଫାଇନାଲ୍ରେ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁକୁ ଭେଟିବ ।
ଲିଗ ରାଉଣ୍ଡ୍ରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟିସାରିଛନ୍ତି ଓ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ତେଣୁ ଆଜିର ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ରାଜସ୍ଥାନ ମୁଖ୍ୟତଃ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଓ ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂ ବଳରେ କ୍ୱାଲିଫାୟର ପର୍ଯ୍ୟନ୍ତ ପହଞ୍ଚି ପାରିଛି । ବୈଭବ ଇତି ମଧ୍ୟରେ ୬୮୦ ରନ ସଂଗ୍ରହ କରିସାରିଛନ୍ତି ଓ ଅରେଞ୍ଜ କ୍ୟାପ୍ ନିଜ ନିଜଟରେ ରଖିଛନ୍ତି । ସେହିପରି ଧ୍ରୁବ ଜୁରେଲ ୫୦୮ ଓ ଯଶସ୍ୱୀ ଜୈସ୍ୱାଲ୍ ୪୨୬ ରନ ସଂଗ୍ରହ କରିଛନ୍ତି । ବୋଲିଂରେ ଆର୍ଚର ଇତି ମଧ୍ୟରେ ୨୪ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ସେହିପରି ନାନ୍ଦ୍ରେ ବର୍ଗର ଓ ବ୍ରିଜେଶ ଶର୍ମା ୧୩ଟି ଲେଖାଏଁ ୱିକେଟ ନେଇଛନ୍ତି ।

