ବାଜିମାରି ନେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଗୁଜରାଟ ଆଗରେ ରନର ପାହାଡ଼ ଠିଆ କରାଇ ବିଜୟ ଲକ୍ଷ୍ୟକୁ ଅସମ୍ଭବ କରି ଦେଇଥିଲା। ଗୁଜରାଟ ଟାଇଟନ୍ସ ୨୫୫ରନର ପିଛା କରି ୧୯.୩ ଓଭରରେ ସବୁ ୱିକେଟ ହରାଇ ୧୬୨ ରନରେ ଅଟକିଲା। ଅନ୍ୟପଟେ ଆଜିର କ୍ୱାଲିଫାୟର ମ୍ୟାଚକୁ ଜିତି ଫାଇନାଲରେ ପହଞ୍ଚିଲା ବେଙ୍ଗାଲୁରୁ।
ଆଜି (ମଙ୍ଗଳବାର)ଆଇପିଏଲ ୨୦୨୬ର ପ୍ରଥମ କ୍ୱାଲିଫାୟର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳା ଯାଇଥିଲା। GT (ଗୁଜରାଟ ଟାଇଟନ୍ସ) ଧର୍ମଶାଳା ମୈଦାନରେ ଟସ୍ ଜିତି ଆରସିବିକୁ ବ୍ୟାଟ୍ ନିୟନ୍ତ୍ରଣ ଦେଇଥିଲା। ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୨୫୫ରନର ଏକ ଐତିହାସିକ ଟାର୍ଗେଟ୍ ଦେଇଥିଲା। ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୫୪ ରନ କରି ପାରିଥିଲା। ଏହି ଆଇପିଏଲ ପ୍ଲେଅଫ୍ ଇତିହାସର ସବୁଠୁ ବଡ଼ ସ୍କୋର। ଅଧିନାୟକ ରଜତ ପାଟିଦାର ଅପରାଜେୟ ୯୩ ରନର ଏକ ଧମାକାଦାର ଇନିଂସ ଖେଳି ଥିଲେ। ସେ ୩୩ ଟି ବଲରେ ପାଞ୍ଚଟି ଚୌକା ଓ ୯ଟି ଛକା ମାରିଥିଲେ। ଆରସିବିର ପ୍ରାରମ୍ଭିକ ବ୍ୟାଟିଂ ଭଲ ନଥିଲା। ଭେଙ୍କଟେଶ ଆୟର କିଛି ଭଲ ସଟ୍ ଖେଳିଥିଲେ ମଧ୍ୟ ବଡ଼ ଇନିଂସ ଖେଳିପାରି ନଥିଲେ। ସେ ୭ଟି ବଲରୁ ୧୯ ରନ୍ କରି ଥିଲେ, ଯେଉଁଥିରେ ତିନୋଟି ଚୌକା ଏବଂ ଗୋଟିଏ ଛକା ଥିଲା। ଦ୍ୱିତୀୟ ଓଭରରେ କାଗିସୋ ରବାଡା ତାଙ୍କୁ ଆଉଟ୍ କରିଥିଲେ। ଭେଙ୍କଟେଶ ,ବିରାଟ କୋହଲିଙ୍କ ସହ ୨୧ ରନର ପାର୍ଟନରସିପ୍ କରିଥିଲେ।
ଏହାପରେ, ଦେବଦତ୍ତ ପାଡିକ୍କଲଙ୍କ ସହ ମିଶି କୋହଲି ଦାୟିତ୍ୱ ସମ୍ଭାଳି ଥିଲେ। ଏହି ଯୋଡ଼ି ଦ୍ୱିତୀୟ ୱିକେଟ ପାଇଁ ୭୨ ରନର ପାର୍ଟନରସିପ୍ କରିଥିଲେ। ଜାସନ ହୋଲ୍ଡର ନବମ ଓଭରରେ କୋହଲି ଏବଂ ପାଡିକ୍କଲଙ୍କ ଉଭୟଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। କୋହଲି ୨୫ଟି ବଲରୁ ୪୩ ରନ ଯୋଡ଼ିଥିଲେ। ଯେଉଁଥିରେ ପାଞ୍ଚଟି ଚୌକା ଏବଂ ଗୋଟିଏ ଛକା ଥିଲା, ଅନ୍ୟପଟେ ପାଡିକ୍କଲ ୧୯ଟି ବଲରୁ ୩୦ ରନ ସଂଗ୍ରହ କରି ଥିଲେ। ତାଙ୍କ ବ୍ୟାଟରୁ ପାଞ୍ଚଟି ଚୌକା ଆସିଥିଲା। ଅଧିନାୟକ ରଜତ ପଟିଦାର ଏବଂ କୃଣାଲ ପାଣ୍ଡ୍ୟା ଚତୁର୍ଥ ୱିକେଟ ପାଇଁ ୯୫ ରନର ପାର୍ଟନରସିପ୍ କରିଥିଲେ, ଯାହା RCBକୁ ଏକ ମଜବୁତ ସ୍ଥିତିକୁ ନେଇଥିଲା। ରବାଡା ୧୭ ତମ ଓଭରରେ କୃଣାଲଙ୍କୁ ନିଜ ଜାଲରେ ଫସାଇ ଥିଲେ। ସେ ୨୮ ବଲରୁ ୨୩ ରନର ଇନିଂସ ଖେଳି ଥିଲେ , ଯେଉଁଥିରେ ପାଞ୍ଚଟି ଚୌକା ଏବଂ ଦୁଇଟି ଛକା ଥିଲା। ପ୍ରସିଦ୍ଧ କୃଷ୍ଣା ୧୮ତମ ଓଭରରେ ଟିମ୍ ଡେଭିଡ୍( ୫ଟି ବଲରୁ ୪ ରନ)ଙ୍କ ୱିକେଟ୍ ନେଇ ଥିଲେ। ପାଟିଦାର ଜିତେଶ ଶର୍ମାଙ୍କ ସହ ଷଷ୍ଠ ୱିକେଟ ପାଇଁ ୪୦ ରନର ପାର୍ଟନରସିପ୍ କରି ଥିଲେ। ଜିତେଶ ୫ଟି ବଲରୁ ଅପରାଜିତ ୧୫ ରନ କରିଥିଲେ।
