ମେଷ : ଚତୁର୍ଥ ଚନ୍ଦ୍ର ଯୋଗୁ ଆର୍ଥିକ ସ୍ଥିତି ଭଲ ରହିବ, ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ, ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଗୃହେ ଆନନ୍ଦ, ମାନସିକ ଚିନ୍ତା ଲାଗି ରହିବ, ଶରୀରରେ ସାମାନ୍ୟ ଅକ୍କାପଣ ଅନୁଭୂତ ହୋଇପାରେ । ଜମିବାଡ଼ି କ୍ରୟ କରିପାରନ୍ତି, କାର୍ଯ୍ୟ କ୍ଷେତ୍ରରେ ସତର୍କ ରହିବେ, ଧୈର୍ଯ୍ୟର ସହ କାମ କରନ୍ତୁ । ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ।
ଶୁଭ ରଙ୍ଗ : ନାଲି ଓ ଗୋଲାପି ।
ବୃଷ : ତୃତୀୟ ଚନ୍ଦ୍ର ଯୋଗୁ ଆତ୍ମବିଶ୍ୱାସ ବୃଦ୍ଧି ହେବ, ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ, ଯାତ୍ରା କରିପାରନ୍ତି, ବ୍ୟବସାୟରେ ଉନ୍ନତି, କଥାବାର୍ତ୍ତାରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଯୁକ୍ତିତର୍କ କରନ୍ତୁ ନାହିଁ, ମନ ଉତ୍ସାହିତ ରହିବ, ସ୍ୱାସ୍ଥ୍ୟ ଭଲ ରହିବ, ନିବେଶରେ ଲାଭ, କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ, ମା’ ଦୁର୍ଗାଙ୍କୁ ଆରାଧନା କରନ୍ତୁ ।
ଶୁଭ ରଙ୍ଗ : ଧଳା ଓ ରୂପେଲି ।
ମିଥୁନ : ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନ ଲାଭ ଯୋଗ ଅଛି, ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ, ଆୟଠାରୁ ବ୍ୟୟ ଅଧିକ ହୋଇପାରେ, ଅଧିକ ଖର୍ଚ୍ଚ କରନ୍ତୁ ନାହିଁ, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦିଅନ୍ତୁ, କର୍ମ କ୍ଷେତ୍ରରେ ଚାପ ଲାଗି ରହିବ, ଶରୀରରେ ସାମାନ୍ୟ ମୁଣ୍ଡବିନ୍ଧା କିମ୍ବା ଥକ୍କାପଣ ଦେଖାଦେଇପାରେ । ଶ୍ରୀ ଗଣେଶଙ୍କ ଆରାଧନା କରନ୍ତୁ ।
ଶୁଭ ରଙ୍ଗ : ସବୁଜ ଓ ହଳଦିଆ ।
କର୍କଟ : ଶ୍ରୀଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ସମ୍ମାବ ବୃଦ୍ଧି, ବ୍ୟବସାୟରେ, ଭାଗ୍ୟରେ ସହଯୋଗ ମିଳିବ, ଗୃହେ ଆନନ୍ଦ, ସ୍ୱାସ୍ଥ୍ୟ ଭଲ ରହିବ, ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତି, ସମାଜରେ ପ୍ରଶଂସା ମିଳିବ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ, ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି, ଯାତ୍ରା କରିପାରନ୍ତି, ଶିବ ଲିଙ୍ଗରେ କ୍ଷୀର କିମ୍ବା ଜଳ ଅର୍ପଣ କରନ୍ତୁ ।
ଶୁଭ ରଙ୍ଗ : ଧଳା ଓ ନୀଳ ।
ସିଂହ : ଦ୍ୱାଦଶ ଚନ୍ଦ୍ର ଯୋଗୁ ବ୍ୟୟ ବୃଦ୍ଧି ହେବ, ଅଯଥା ଖର୍ଚ୍ଚ ବୃଦ୍ଧି ହୋଇପାରେ, ଚାକିରୀ କ୍ଷେତ୍ରରେ ଚାପ ଅଧିକ ରହିବ, ପରିବାରରେ ମନୋମାଳିନ୍ୟ ହୋଇପାରେ, ମନରେ ଚିନ୍ତା ଲାଗି ରହିବ, ଶାରୀରିକ ପୀଡ଼ା ଅନୁଭବ ହୋଇପାରେ, ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ।
ଶୁଭ ରଙ୍ଗ : ସୁନେଲି ଓ ଗେରୁଆ ।
କନ୍ୟା : ଏକାଦଶ ଚନ୍ଦ୍ର ଯୋଗୁ ଆୟ ବୃଦ୍ଧି ହେବ, ଯାତ୍ରା ଲାଭ, ଚାକିରୀ କ୍ଷେତ୍ରରେ ଲାଭ, ଅଟକି ରହିଥିବା ଅର୍ଥ ମିଳିପାରେ, ନୂତନ ଯୋଜନା ଆରମ୍ଭ କରିପାରନ୍ତି, ମନରେ ଉତ୍ସାହ ରହିବ, ପରିବାରରେ ସୁଖଶାନ୍ତି ପରିବେଶ ରହିବ, ଆର୍ଥିକ ଉନ୍ନତି, ପରିବାରର ସାହାଯ୍ୟ ପ୍ରାପ୍ତି, ଶରୀରରେ ମୁଣ୍ଡବିନ୍ଧା କିମ୍ବା କ୍ଳାନ୍ତି ଦେଖାଦେଇପାରେ । ଓଁ ହ୍ରୀଂ ପିତାମ୍ବରାୟ ପରମାତ୍ମନେ ନମଃ ମନ୍ତ୍ର ଜପ କରନ୍ତୁ ।
ଶୁଭ ରଙ୍ଗ : ସବୁଜ ଓ ବାଦାମୀ ।
ତୁଳା : ଦଶମ ଚନ୍ଦ୍ର ଯୋଗୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ପ୍ରାପ୍ତି, କର୍ମ କ୍ଷେତ୍ରରେ ଚାପ ଲାଗି ରହିବ, ମନରେ ସାମାନ୍ୟ ଚିନ୍ତା ଲାଗି ରହିବ, ସମାଜରେ ମାନ, ସମ୍ମାନ ପ୍ରାପ୍ତି, ଖାଦ୍ୟ ପ୍ରତି ସତର୍କ ରହିବେ, ଶରୀରରେ କ୍ଳାନ୍ତି ଅନୁଭବ ହୋଇପାରେ, ଗୃହେ ଆନନ୍ଦ, ଚାକରୀ କ୍ଷେତ୍ରରେ ପଦୋନ୍ନତି ଯୋଗ, ଆର୍ଥିକ ସ୍ଥିତି ଭଲ ରହିବ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ । ଭଗବାନ ଶିବଙ୍କୁ ଆରାଧନା କରନ୍ତୁ ।
ଶୁଭ ରଙ୍ଗ : ନୀଳ, କ୍ରିମ୍ ଓ ଧଳା ।
ବିଛା : ନବମ ଚନ୍ଦ୍ର, ଘାତବାର ଯୋଗୁ ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ଯାତ୍ରା ନିଷେଧ, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ଚାକିରୀ କ୍ଷେତ୍ରରେ ଚାପ ଲାଗି ରହିବ, କାର୍ଯ୍ୟରେ ବାଧାବିଘ୍ନ ଘଟିପାରେ, ଶରୀରରେ ଆଘାତ ହୋଇପାରେ, ସତର୍କ ରହିବେ । ବନ୍ଧୁଙ୍କ ସାହାଯ୍ୟ ମିଳିବ, ଧୈର୍ଯ୍ୟ ସହ ସବୁ କାର୍ଯ୍ୟ କରିବେ, ହନୁମାନ ଚାଳିଶା ପାଠ କରିବେ ।
ଶୁଭ ରଙ୍ଗ : ମେରୁନ୍ ଓ ନାଲି ।
ଧନୁ : ଅଷ୍ଟମ ଚନ୍ଦ୍ର ଘାତବାର ଯୋଗୁ ମନ ଅସ୍ଥିର ରହିବ, ମାନସିକ ଚାପ ଲାଗି ରହିବ, ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ବାଦବିବାଦ ହେବାର ସମ୍ଭାବନା ଅଛି, ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ, ଦୂରଯାତ୍ରା ନିଷେଧ, ଗୁପ୍ତ ଶତ୍ରୁ ବୃଦ୍ଧି ହୋଇପାରନ୍ତି, ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଯାନବାହନ ପ୍ରତି ସତର୍କତା, ଚୋରି ହେବାର ସମ୍ଭାବନା ଅଛି, ଶିବଙ୍କୁ ଆରାଧନା କରନ୍ତୁ ।
ଶୁଭ ରଙ୍ଗ : ସୁନେଲି ଓ ହଳଦିଆ ।
ମକର : ସପ୍ତମ ଚନ୍ଦ୍ର ଯୋଗୁ ଗୃହେ ଆନନ୍ଦ, ପୁରୁଣା ମନୋମାଳିନ୍ୟ ଦୂର ହେବ, ଆର୍ଥିକ ଲାଭ ହେବ, ସମାଜରେ ସମ୍ମାନ ବୃଦ୍ଧି ହେବ, ବ୍ୟବସାୟିକ ଭ୍ରମଣ ସଫଳ ହେବ, କର୍ମ କ୍ଷେତ୍ରରେ ଆଦର ବଢ଼ିବ, ବନ୍ଧୁ ମିଳନ, ସହକର୍ମୀଙ୍କ ସହଯୋଗ ମିଳିବ, ନିବେଶ କରିପାରନ୍ତି, ଅଧିକ ଖର୍ଚ୍ଚ ହୋଇପାରେ, ମା’ ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ ।
ଶୁଭ ରଙ୍ଗ : ଧଳା ଓ ନୀଳ ।
କୁମ୍ଭ : ଷଷ୍ଠ ଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ, ଅଧିକାରୀମାନେ କାର୍ଯ୍ୟରେ ପ୍ରସନ୍ନ ହେବେ, କୋଟ କଚେରୀ ମାମଲାରେ ଜୟଯୁକ୍ତ, ଗୁପ୍ତ ଶତ୍ରୁ ପରାଜିତ ହେବେ, ରୋଗ ମୁକ୍ତ, କୌଣସି କରଜ ପରିଶୋଧ କରିବା ଭଲ, ସାମାନ୍ୟ ମାନସିକ ଚାପ ଲାଗି ରହିବ, ଖାଦ୍ୟ ପ୍ରତି ସତର୍କ ରହିବେ, ହନୁମାନ ଚାଳିଶା ପାଠ କରିବେ ।
ଶୁଭ ରଙ୍ଗ : ଗାଢ଼ ନୀଳ ଓ କଳା ।
ମୀନ : ପଞ୍ଚମ ଚନ୍ଦ୍ର, ଘାତବାର ଯୋଗୁ ଯାନବାହନ ପ୍ରତି ସତର୍କ ରୁହନ୍ତୁ, ନିବେଶ କରିବା ପୂର୍ବରୁ ଚିନ୍ତା କରିବେ, ରାଜନୀତି କ୍ଷେତ୍ରରେ ବିଫଳ ହୋଇପାରନ୍ତି, ଶରୀର ଆଘାତ ହେବାର ସମ୍ଭାବନା ଅଛି, କାର୍ଯ୍ୟ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ, ପରିବାର ଓ ପଡ଼ୋଶୀଙ୍କ ସହ କଳହ ହେବାର ସମ୍ଭାବନା ଅଛି । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ, ଭଗବାନ ବିଷ୍ଣୁଙ୍କୁ ଆରାଧନା କରନ୍ତୁ ।
ଶୁଭ ରଙ୍ଗ : ହଳଦିଆ ଓ ସୁନେଲି ।