Thursday, April 30, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ଗୁଜୁରାଟ- RCB ମୁକାବିଲା

Sanchar Live by Sanchar Live
April 30, 2026
in କ୍ରୀଡ଼ା
0
ଆଜି ଗୁଜୁରାଟ- RCB ମୁକାବିଲା
0
SHARES
4
VIEWS
FacebookTwitter

ଚଳିତ ଆଇପିଏଲ୍‌ରେ ୪୨ତମ ଲିଗ୍ ମୁକାବିଲାରେ ଆଜି ଗୁଜରାଟ ଘରୋଇ ଗ୍ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁକୁ ଭେଟିବ । ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଥିବା ଗୁଜରାଟ ଆଜି ବିଜୟ ଜାରି ରଖିବା ସହ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ବେଙ୍ଗାଲୁରୁ ପାଇଁ ଶୀର୍ଷ ସ୍ଥାନରେ ପହଞ୍ଚିବାର ସୁଯୋଗ ରହିଛି । ୧୨ ପଏଣ୍ଟ ଅର୍ଜନ କରି ସାରିଥିବା ବେଙ୍ଗାଲୁରୁ ଆଜିର ମ୍ୟାଚ୍‌ ଜିତିଲେ ଟେବୁଲ ଟପ୍ପର ପଞ୍ଜାବ କିଙ୍ଗ୍ସକୁ ପଛରେ ପକାଇ ପାରିବ ।

ଗତ ୨୪ ତାରିଖରେ ଉଭୟ ଦଳ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ପରସ୍ପରକୁ ଭେଟିଥିଲେ । ବେଙ୍ଗାଲୁରୁ ୫ ୱିକେଟରେ ଉକ୍ତ ମ୍ୟାଚ ଜିତିଥିଲା । ଉକ୍ତ ମ୍ୟାଚରେ ସାଇ ସୁଦର୍ଶନ ଶତକ ଅର୍ଜନ କରିଥିଲେ ହେଁ ଜବାବରେ ବିରାଟ କୋହଲି ଓ ଦେବଦତ୍ତ ପାଡ଼ିକଲ ବିସ୍ଫୋରକ ବ୍ୟାଟିଂ କରି ଗୁଜରାଟ ଠାରୁ ବିଜୟ ଛଡ଼ାଇ ନେଇଥିଲେ ।

ଆଜି ନିଜ ଘରୋଇ ଗ୍ରାଉଣ୍ଡ ଓ ସମର୍ଥକଙ୍କ ଗହଣରେ ଖେଳୁଥିବା ଗୁଜରାଟ ଶୃଙ୍ଖଳିତ ବୋଲିଂ କରି ବେଙ୍ଗାଲୁରୁ ବ୍ୟାଟରଙ୍କୁ ଅଟକାଇବାକୁ ଚେଷ୍ଠା କରିବ । ଦଳର ଭାଗ୍ୟ ମୁଖ୍ୟତଃ ରସିଦ ଖାନ, ପ୍ରସିଦ୍ଧ କ୍ରିଷ୍ଣା ଓ ମସମ୍ମଦ ସିରାଜଙ୍କ ବୋଲିଂ ଉପରେ ନିର୍ଭର କରିବ ।

ଆଇପିଏଲରେ ଉଭୟ ଦଳ ପରସ୍ପରକୁ ୭ଥ ଭେଟିଛନ୍ତି । ଏଥିରୁ ବେଙ୍ଗାଲୁରୁ ୪ଟି ମ୍ୟାଚ ଜିତିଥିବାବେଳେ ୩ଟି ମ୍ୟାଚରେ ପରାଜିତ ହୋଇଛି । ଚମତ୍କାର ଫର୍ମରେ ରହିଥିବା ବେଙ୍ଗାଲୁରୁ ଆଜି ମଧ୍ୟ ଆଧିପତ୍ୟ ଜାରି ରଖିବା ଆଶା କରାଯାଉଛି ।

ଗୁଜରାଟ ପକ୍ଷରୁ ଶୁଭମନ ଗିଲଙ୍କ ଉପରେ ନଜର ରହିବା ସ୍ୱାଭାବିକ । ସେ ଇତି ମଧ୍ୟରେ ୩୩୦ ରନ ସଂଗ୍ରହ କରିସାରିଛନ୍ତି । ସେହିପରି ସୁଦର୍ଶନଙ୍କୁ ମଧ୍ୟ ଶାନ୍ତ ରଖିବାକୁ ବେଙ୍ଗାଲୁରୁ ରଣନୀତି ପ୍ରସ୍ତୁତ କରିବ । ବେଙ୍ଗାଲୁରୁ ପକ୍ଷରୁ ବିରାଟ କୋହଲି ଓ ରଜତ ପାତିଦାରଙ୍କ ଉପରେ ଦର୍ଶକଙ୍କ ନଜର ରହିବା ନିଶ୍ଚିତ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ କାଗିସୋ ରାବାଡ଼ା ୱିକେଟ୍ ହାତେଇ ପାରି ନଥିଲେ । ମାତ୍ର ସେ ଚମତ୍କାର ଫର୍ମରେ ରହିଛନ୍ତି ଓ ଇତି ମଧ୍ୟରେ ୧୩ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ଦିଲ୍ଲୀ ବିପକ୍ଷ ମୁକାବିଲା ଭଳି ବେଙ୍ଗାଲୁରୁର ଦୁଇ ପେସ୍ ବୋଲର ଜୋସ ହାଜେଲଉଡ୍ ଓ ଭୁବନେଶ୍ୱର କୁମାର ପୁଣିଥରେ ଘାତକ ସାବ୍ୟସ୍ତ ହୋଇପାରନ୍ତି । ତେଣୁ ଗୁଜରାଟ ବ୍ୟାଟରଙ୍କୁ ଉଭୟଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ ।

ଆଜିର ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ମାତ୍ର ବୋଲରମାନେ ମଧ୍ୟ ନିୟମିତ ବ୍ୟବଧାନରେ ୱିକେଟ୍ ହାସଲ କରିପାରିବେ । ଟସ୍ ସେଭଳି ଗୁରୁତ୍ୱ ରଖିବ ନାହିଁ । ତଥାପି ରାତ୍ରିରେ ମ୍ୟାଚ ଖେଳା ଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି।

ସମ୍ଭାବ୍ୟ ଦଳ

ଗୁଜରାଟ: ସାଇ ସୁଦର୍ଶନ, ଶୁଭମନ ଗିଲ୍(ଅଧିନାୟକ), ଜୋସ ବଟଲର, ୱାସିଂଟନ ସୁନ୍ଦର, ଶାହରୁଖ ଖାନ, ଜାସନ ହୋଲ୍ଡର, ରସିଦ ଖାନ, ଅର୍ସଦ ଖାନ, କାଗିସୋ ରାବାଡା, ମହମ୍ମଦ ସିରାଜ, ମାନବ ସୁତାର ।

ବେଙ୍ଗାଲୁରୁ: ଜାକବ ବେଥେଲ, ବିରାଟ କୋହଲି, ଦେବଦତ୍ତ ପାଡ଼ିକଲ, ରଜତପାତିଦାର(ଅଧିନାୟକ), ଜିତେଶ ଶର୍ମା,ଟିମ ଡେଭିଡ୍, ରୋମାରିଓ ସେଫର୍ଡ,କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର,ଜୋସ ହାଜେଲଉଡ, ରସିକ ସଲାମ,ସୂୟାଶ ଶର୍ମା ।

Tags: IPL 2026rcb vs gt
ShareTweetShareSend
Sanchar Live

Sanchar Live

Next Post
ଲଦାଖ ଲେହରେ ଭୁକମ୍ପ ଅନୁଭୂତ

ଲଦାଖ ଲେହରେ ଭୁକମ୍ପ ଅନୁଭୂତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଡ୍ରେସିଂ ରୁମରେ ଇ-ସିଗାରେଟ୍ ସେବନ କରି ବିବାଦରେ ପରାଗ
  • ଆଜି ସରୁଛି ସୁଭଦ୍ରା ନୂତନ ପଞ୍ଜିକରଣ ଆବେଦନ
  • NASM-SR ର ସଫଳ ‘ସାଲଭୋ ଲଞ୍ଚ’
  • ଲଦାଖ ଲେହରେ ଭୁକମ୍ପ ଅନୁଭୂତ
  • ଆଜି ଗୁଜୁରାଟ- RCB ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.