Tuesday, April 14, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି CSK-KKR ଟକ୍କର, ପ୍ରଥମ ବିଜୟ ଲକ୍ଷ୍ୟରେ କୋଲକାତା

Sanchar Live by Sanchar Live
April 14, 2026
in କ୍ରୀଡ଼ା
0
ଆଜି CSK-KKR ଟକ୍କର, ପ୍ରଥମ ବିଜୟ ଲକ୍ଷ୍ୟରେ କୋଲକାତା
0
SHARES
7
VIEWS
FacebookTwitter

ଚଳିତ ଆଇପିଏଲ୍‌ର ୨୨ତମ ଲିଗ୍ ମ୍ୟାଚରେ ଆଜି ୫ଥର ଚାମ୍ପିଅନ୍ ଚେନ୍ନାଇ ଘରୋଇ ଗ୍ରାଉଣ୍ଡରେ କୋଲକାତାକୁ ଭେଟିବ । ଉଭୟ ସମ୍ପ୍ରତି ପଏଣ୍ଟ ତାଲିକାର ଅନ୍ତିମ୨ ସ୍ଥାନରେ ରହିଥିବାରୁ ଉପରକୁ ଉଠିବାକୁ ତତ୍ପର । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ପୂର୍ବ ରେକର୍ଡକୁ ଦେଖିଲେ ଆଜି ଚେନ୍ନାଇ ପଲା ଭାରି ରହିବ । ଉଭୟ ଦଳ ପରସ୍ପରକୁ ୩୨ଥର ଭେଟିଛନ୍ତି । ଏଥିରୁ ଚେନ୍ନାଇ ୨୦ଟି ମ୍ୟାଚ ଜିତିଥିବା ବେଳେ କୋଲକାତା ୧୧ଟି ମ୍ୟାଚରେ ବିଜୟୀ ହୋଇଛି । ଚେନ୍ନାଇ କ୍ରମାନ୍ୱୟରେ ୩ଟି ମ୍ୟାଚ ପରାଜିତ ହେବା ପରେ ଶନିବାର ଦିନ ଦିଲ୍ଲୀକୁ ହରାଇ ୨ ପଏଣ୍ଟ ଅର୍ଜନ କରିଥିଲା । ଆଜି ମଧ୍ୟ ଦଳ ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳିବ । ତେଣୁ ବିଜୟଧାରା ଜାରି ରଖିବାକୁ ଚେନ୍ନାଇ ପ୍ରୟାସ କରିବ । କୋଲକାତା ୪ଟି ମ୍ୟାଚ ଖେଳିସାରିଥିଲେ ହେଁ କେବଳ ପଞ୍ଜାବ ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବାରୁ ୧ ପଏଣ୍ଟ ପାଇଛି । ଏକାଧିକ ବୋଲର ଆହତ ଥିବାରୁ ଏହାର ପ୍ରଭାବ କୋଲକାତା ଉପରେ ପଡ଼ୁଛି । ତେଣୁ ଦଳ ଶୃଙ୍ଖଳିତ ବୋଲିଂ ଉପରେ ପ୍ରାଥମିକତା ଦେବ ।

ଚେନ୍ନାଇ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ଡିୱାଲ୍ଡ ବ୍ରେଭିସ ଫିଟ୍ ହୋଇ ଫେରିବା ପରେ ବ୍ୟାଟିଂ ବିଭାଗ ସୁଦୃଢ଼ ହୋଇଛି । କେବଳ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ହୋଇପାରେ । ସଞ୍ଜୁ ସାମସନଙ୍କ ସହ ଆୟୂଷ ମାହତ୍ରେ ପାଳି ଆରମ୍ଭ କରିବେ ଓ ଋତୁରାଜ ୩ନଂ ସ୍ଥାନରେ ଖେଳିବେ। କୋଲକାତା ଦଳରେ ଗୋଟିଏ ପରିବର୍ତ୍ତନ ହୋଇପାରେ। ଆହତ ହୋଇ କିଛି ମ୍ୟାଚ ଖେଳି ନଥିବା ବରୁଣ ଚକ୍ରବର୍ତ୍ତୀ ଇତି ମଧ୍ୟରେ ବୋଲିଂ ଅଭ୍ୟାସ ଆରମ୍ଭ କରିଛନ୍ତି । ସେ ଏକାଦଶକୁ ଫେରିବା ଆଶା କରାଯାଉଛି । ପେସ୍ ବୋଲର ମଥିଶା ପତିରଣା ମଧ୍ୟ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରୁ ଏନ୍ଓସି ପାଇ କୋଲକାତା ଦଳରେ ଯୋଗ ଦେଇଛନ୍ତି । ମାତ୍ର ସେ ଆଜି ଖେଳିବେ ନାହିଁ

ଆଜି ସଞ୍ଜୁଙ୍କ ଉପରେ ଦର୍ଶକଙ୍କ ନଜର ରହିବ । ଗତ ଦିଲ୍ଲୀ ବିପକ୍ଷ ମ୍ୟାଚରେ ସେ ଶତକ ଅର୍ଜନ କରି ଫର୍ମକୁ ଫେରିଛନ୍ତି । କୋଲକାତା ପକ୍ଷରୁ ଅଙ୍ଗକ୍ରୀଶ ରଘୁବଂଶୀ ମଧ୍ୟ ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଚିପକ ଷ୍ଟାଡ଼ିୟମର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । କାରଣ ସନ୍ଧ୍ୟା ସମୟରେ ନୂଆ ବଲ୍ ସୁଇଂ କରିବ ଓ ରାତ୍ରିରେ କାକର ଯୋଗୁଁ ବ୍ୟାଟିଂ ସହଜ ହେବ ।

ସମ୍ଭାବ୍ୟ ଦଳ

ଚେନ୍ନାଇ: ସଞ୍ଜୁ ସାମସନ, ଋତୁରାଜ ଗାଏକୱାଡ୍ (ଅଧିନାୟକ), ଆୟୂଷ ମାହତ୍ରେ, ଡିୱାଲ୍ଡ ବ୍ରେଭିସ୍, ଶିବମ ଦୁବେ, ସର୍ଫରାଜ ଖାନ, ଜାମି ଓଭରଟନ, ଅକିଲ ହୋସେନ, ଅଂଶୁଲ କାମ୍ବୋଜ, ନୂର ଅହମ୍ମଦ, ଖଲିଲ ଅହମ୍ମଦ, ଗୁରଜନପ୍ରୀତ ସିଂହ ।

କୋଲକାତା: ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଫିନ ଆଲେନ, ଅଙ୍ଗକ୍ରୀଶ ରଘୁବଂଶୀ, କାମେରନ ଗ୍ରୀନ, ରିଙ୍କୁ ସିଂହ, ରୋଭମାନ ପାୱେଲ୍, ରମଣଦୀପ ସିଂହ, ସୁନୀଲ ନାରାଏନ, ଅନୁକୂଳ ରୟ/ବରୁଣ ଚକ୍ରବର୍ତ୍ତୀ, ନବଦୀପ ସାଇନି, କାର୍ତ୍ତିକ ତ୍ୟାଗୀ, ବୈଭବ ଆରୋରା ।

Tags: IPL 2026kkr vs csk
ShareTweetShareSend
Sanchar Live

Sanchar Live

Next Post
ଆଜିଠୁ ରାଜ୍ୟରେ ବଢ଼ିବ ତାତି, ରାଜୁତି କରିବ ଗୁଳୁଗୁଳି

ଆଜିଠୁ ରାଜ୍ୟରେ ବଢ଼ିବ ତାତି, ରାଜୁତି କରିବ ଗୁଳୁଗୁଳି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବିହାରରେ ପ୍ରଥମ ବିଜେପି ନୂଆ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ
  • କଦଳୀ ଖାଇଲେ ମିଳେ ଏହିସବୁ ଫାଇଦା
  • ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର
  • ଆଜି ଆମ୍ବେଦକର ଜୟନ୍ତି, ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି
  • ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ?

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.