ସୂଚନା ଅନୁସାରେ, ଏହି ଅଭାବନୀୟ ଘଟଣା ରାଜଧାନୀର ବାୟାବାବା ବସ୍ତି ଅଞ୍ଚଳରେ ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁର୍ବୃତ୍ତ ଦଳ ହଠାତ୍ ଯୁବତୀଙ୍କ ଘରେ ଅନଧିକାର ପ୍ରବେଶ କରି ତାଙ୍କ ଉପରକୁ ଖଣ୍ଡାରେ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଝିଅକୁ ରକ୍ଷା କରିବା ପାଇଁ ତାଙ୍କ ବାପା ଓ ମା’ ଆଗେଇ ଆସି ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ମଧ୍ୟ ନିର୍ମମ ଭାବେ ଖଣ୍ଡାରେ ଚୋଟ ପକାଇଥିଲେ।
ଆକ୍ରମଣ ପରେ ରକ୍ତାକ୍ତ ଅବସ୍ଥାରେ ଥିବା ଯୁବତୀ ଓ ତାଙ୍କ ପିତାମାତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବ ଶତ୍ରୁତା କିମ୍ବା ଅନ୍ୟ କୌଣସି କାରଣରୁ ଏହି ଆକ୍ରମଣ ହୋଇଛି, ସେ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ତୀବ୍ର ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପ୍ରୟାସ ଚଳାଇଛି।

