ସଂଚାର ବ୍ୟୁରୋ: ମଧ୍ୟପ୍ରଦେଶ ସାଗର ଶାହପୁରରେ ଅଘଟଣ । ହରଦୌଲ ବାବା ମନ୍ଦିରରେ ଶିବଲିଙ୍ଗ ନିର୍ମାଣ କାମ ଚାଲିଥିବା ବେଳେ ଭୁଶୁଡିଲା କାନ୍ଥ । କାନ୍ଥ ତଳ ଅନେକ ଶିଶୁ ଚାପି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୯ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଅନେକ ଶିଶୁ ଆହତ ହଇଥିବା ଜଣାପଡିଛି । ଆହତ ଶିଶୁ ମାନଙ୍କୁ ସାଗର ହସ୍ପିଟାଲରେ ଭର୍ତ୍ତି ଡକରାଯାଇଛି ।
ଘଟଣାସ୍ଥଳରେ ଶାହପୁର ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲେ । କୁହାଯାଉଛି ଯେ, ମନ୍ଦିର ନିର୍ମାଣ କାମ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ମନ୍ଦିର ପରିସରରେ ଅନେକ ପିଲା ଉପସ୍ଥିତ ଥିଲେ । ମନ୍ଦିର ପରିସରରେ ଏକ ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ଚାଲିଥିଲା । ଏଥିପାଇଁ ମନ୍ଦିର ପରିସରରେ ଅନେକ ଲୋକ ଉପସ୍ଥିତ ଥିଲେ । ସେହି ସମୟରେ ମନ୍ଦିରର କାନ୍ଥ ଭୁଶୁଡି ପଡିଥିଲା । ଯାହା ଫଳରେ ଏତେବଡ ଅଘଟଣ ଘଟିଯାଇଛି । ୯ ଜଣ ଶିଶୁ କାନ୍ଥ ତଳେ ଚାପିହୋଇ ରହିଯାଇଥିଲେ । ଏହପରେ ସ୍ଥାନୀୟ ଲୋକ କାନ୍ଥ ତଳୁ ପିଲାମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେତେବେଳକୁ ଅନେକ ଶିଶୁ ପ୍ରାଣ ହରାଇ ସାରିଥିଲେ ।
ତେବେ ଏତେ ବଡ ଅଘଟଣ ପାଇଁ କିଏ ଦାୟୀ ତାହା ଏବେ କହିବା ମୁସ୍କିଲ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।