Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଶିକ୍ଷା ଭିତ୍ତିଭୂମିର ବିକାଶ କରି ଦେଶକୁ ଉତ୍ପାଦନକାରୀ ଅର୍ଥନୀତିରେ ପରିଣତ କରିବାକୁ ପଡିବ : ଧର୍ମେନ୍ଦ୍ର ପ୍ରଧାନ

Sanchar Live by Sanchar Live
November 12, 2024
in ଓଡିଶା
0
ଶିକ୍ଷା ଭିତ୍ତିଭୂମିର ବିକାଶ କରି ଦେଶକୁ ଉତ୍ପାଦନକାରୀ ଅର୍ଥନୀତିରେ ପରିଣତ କରିବାକୁ ପଡିବ : ଧର୍ମେନ୍ଦ୍ର ପ୍ରଧାନ
0
SHARES
3
VIEWS
FacebookTwitter

ଶିଳ୍ପ ବିପ୍ଳବ ୪.୦ ଆମର ଶିକ୍ଷା ଭିତ୍ତିଭୂମିକୁ ବିଶ୍ୱମାନର କରିବା ପାଇଁ ଏକ ବଡ ସୁଯୋଗ ଦେଇଛି । ଏହାକୁ ଦୃଷ୍ଟିରେ ରଖି ଆମକୁ ଅଭିନବ ମଡେଲ ମାଧ୍ୟମରେ ବିଶ୍ୱବିଦ୍ୟାଳୟକୁ ମଜଭୂତ୍ କରିବାକୁ ହେବ । ଶିକ୍ଷା ଭିତ୍ତିଭୂମିର ବିକାଶ କରି ଦେଶକୁ ଏକ ଉତ୍ପାଦନକାରୀ ଅର୍ଥନୀତିରେ ପରିଣତ କରିବାକୁ ପଡ଼ିବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଉଚ୍ଚ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଉପରେ ଆୟୋଜିତ ଦୁଇ ଦିନିଆ ରାଷ୍ଟ୍ରୀୟ କର୍ମଶାଳାକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରିବା ସହ କହିଛନ୍ତି, ଏହି କର୍ମଶାଳା ଉତ୍ତମ ଶୈକ୍ଷିକ ବିଚାରବିମର୍ଶ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ । ବିଶେଷ ଭାବରେ ଶିକ୍ଷା ଦ୍ୱାରା କିପରି ଜୀବନଯାପନକୁ ଅଧିକ ସୁଗମ କରିବ, ତାହାର ମାର୍ଗ ଅଧିକ ପ୍ରଶସ୍ତ କରିବା ପାଇଁ ଆଜିର କର୍ମଶାଳା ତାହାର ଏକ ମାଧ୍ୟମ ହେବ । ଆଜିର ଏହି କାର୍ଯ୍ୟକ୍ରମ ଦେଶରେ ମୁଣ୍ଡପିଛା ଆୟ ବୃଦ୍ଧି କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିର୍ଦ୍ଧାରିତ ଜାତୀୟ ପ୍ରାଥମିକତା ହାସଲ କରିବାରେ ଯଥେଷ୍ଟ ଉନ୍ନତି ଆଣିପାରିବ ।

ଏହି ଅବସରରେ ଏକାଡେମିକ୍ ଲିଡର୍ ଓ ପ୍ରଶାସକମାନଙ୍କ ପାଇଁ ୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଦୃଷ୍ଟି ଦେବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଏଗୁଡ଼ିକ ହେଉଛି ଅଭିନବ ପାଣ୍ଠି ମାଧ୍ୟମରେ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସୁଦୃଢ଼ କରିବା, ଶିଳ୍ପର ଚାହିଦା ସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆବଶ୍ୟକତା ଏବଂ ଆକାଂକ୍ଷା ଅନୁଯାୟୀ ପାଠ୍ୟକ୍ରମ ପ୍ରସ୍ତୁତ କରିବା ସହ ଥିଙ୍କ୍ ଟ୍ୟାଙ୍କ ସ୍ଥାପନ କରିବା , ଅନୁରୂପ ଭାବରେ ବୈଶ୍ୱିକ ସମସ୍ୟାର ସମାଧାନରେ ନେତୃତ୍ୱ ନେବା ପାଇଁ ଗବେଷଣା ଏବଂ ନବସୃଜନ ପାଇଁ ଏକ ବହୁବିଭାଗୀୟ ଆଭିମୁଖ୍ୟ ଗ୍ରହଣ କରିବା ; ପ୍ରତିଷ୍ଠିତ କେନ୍ଦ୍ର ଓ ରାଜ୍ୟର ଅନୁଷ୍ଠାନଗୁଡ଼ିକ ସହିତ ସହଯୋଗ ମାଧ୍ୟମରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକାଡେମିକ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଏବଂ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ କ୍ରୀଡ଼ା, ବକ୍ତୃତା, କବିତା, ନାଟକ, କଳା ମାଧ୍ୟମରେ କ୍ୟାମ୍ପସର ଜୀବନ୍ତତାକୁ ପୁନରୁଦ୍ଧାର କରିବା ଏବଂ ଏହି ଅଣ-ଶିକ୍ଷାଗତ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେବାକୁ ହେବ ।

ଶ୍ରୀ ପ୍ରଧାନ ଭାରତୀୟ ଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଦେଶର ଛାତ୍ରଛାତ୍ରୀଙ୍କ ପ୍ରତି ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱ ନେବା ପାଇଁ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡିବ।

ଏହି ଦୁଇ ଦିନିଆ କର୍ମଶାଳାରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା- ଆହ୍ୱାନ ଏବଂ ରୋଡମ୍ୟାପ୍ ବିଷୟବସ୍ତୁ ଉପରେ ୧୪ଟି ବୈଷୟିକ ଅଧିବେଶନ ; ଶିକ୍ଷାରେ ବୈଷୟିକ ଜ୍ଞାନକୌଶଳ; ଶିକ୍ଷା କ୍ଷେତ୍ରରେ ସହଯୋଗ; ଡିଜିଟାଲ ଶାସନ; ଦକ୍ଷତା ବିକାଶ ଏବଂ ନେତୃତ୍ୱ; ଏବଂ ଉଚ୍ଚଶିକ୍ଷାର ଅର୍ଥ ଯୋଗାଣ ବିଶିଷ୍ଟ ପ୍ୟାନେଲିଷ୍ଟଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଯାଉଛି

ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁକାନ୍ତ ମଜୁମଦାରଙ୍କ ସମେତ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗର ସଚିବ, ଅତିରିକ୍ତ ଶାସନ ସଚିବ, ୟୁଜିସିର ଅଧ୍ୟକ୍ଷ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବ, ଶିକ୍ଷାବିତ୍, ବିଭିନ୍ନ ଶିକ୍ଷାନୁଷ୍ଠାନର ମୁଖ୍ୟ ଏବଂ ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ ।

Tags: dharmendravpradhaneducationodisha
ShareTweetShareSend
Sanchar Live

Sanchar Live

Next Post
କାଲି ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ

କାଲି ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.