ସଂଚାର ବ୍ୟୁରୋ: ଶ୍ରୀମନ୍ଦିରରେ ବଙ୍ଗୀୟ ଭକ୍ତଙ୍କ ଉତ୍ପାତ । ପାଞ୍ଚ ଜଣ ବଙ୍ଗୀୟ ଭକ୍ତଙ୍କ ଟଣା ଓଟରା ଓ ଆକ୍ରମଣରେ ଶ୍ରୀ ମନ୍ଦିର ଜେଟିପି ଆହତ । ଏ ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି l ପୋଲିସ କିଛି ବଙ୍ଗୀୟ ଭକ୍ତଙ୍କୁ ରଖି ପଚାର ଉଚରା ଜାରି ରଖିଛି l , ଆଜି ସକାଳେ ଶ୍ରୀ ମନ୍ଦିର ଘଣ୍ଟି ଦ୍ୱାରରେ ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ ଦାଇତ୍ୱରେ ଥିଲେ ଜେଟିପି ଗୁପ୍ତେଶ୍ୱର ରାଉତରାୟ । ଏହି ସମୟରେ କିଛି ବଙ୍ଗୀୟ ଭକ୍ତ ପ୍ରସ୍ଥାନ ବାଟ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଘଣ୍ଟି ଦ୍ୱାର ନିକଟରେ ଜେଟିପି ଗୁପ୍ତେଶ୍ୱର ବାରଣ କରିଥିଲେ । ବାରଣ କରିବାରୁ ବଙ୍ଗୀୟ ଭକ୍ତ ମାନେ ଏହାକୁ ନମାନି ଉତକ୍ଷିପ୍ତ ହୋଇ ଗୁପ୍ତେଶ୍ୱରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ସିଂହ ଦ୍ୱାର ଥାନାରେ ଉଭୟଙ୍କ ପକ୍ଷରୁ ଅଭିଯୋଗ ହୋଇଥିବାବେଳେ ସିଂହଦ୍ୱାର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l