ସଂଚାର ବ୍ୟୁରୋ: ବଦଳିଲା ଆଡଭାନ୍ସ ଟ୍ରେନ ଟିକେଟ ବୁକିଂ ନିୟମ । ଆଉ ୪ ମାସ ନୁହେଁ ଏଣିକି ୨ ମାସ ଆଗକୁ ଟ୍ରେନ ଟିକେଟ ବୁକିଂ କରିପାରିବେ ଯାତ୍ରୀ । ଏନେଇ ଭାରତୀୟ ରେଲୱେ ୱେଟିଂ ଟିକଟ ନିୟମରେ ପରିବର୍ତ୍ତନ କରାଯାଇଛି । ଆଡଭାନ୍ସ ରିଜର୍ଭେସନର ସମୟ ସୀମା ହ୍ରାସ କରିଛି ରେଲୱେ । ଫଳରେ ୧୨୦ ଦିନ ବଦଳରେ ୬୦ ଦିନ ପୂର୍ବରୁ ଟିକେଟ୍ ବୁକ୍ କରିହେବ । ଆସନ୍ତା ନଭେମ୍ବର ପହିଲାରୁ ଏହି ନିୟମ କାର୍ଯ୍ଯକାରୀ ହେବ । ଅକ୍ଟୋବର ୩୧ ସୁଦ୍ଧା ଯେଉଁମାନେ ୧୨୦ ଦିନ ପୂର୍ବରୁ ଟିକେଟ୍ ବୁକିଂ କରିଛନ୍ତି ତାହା କାଏମ ରହିବ । ତେବେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ବର୍ଷେ ଆଗରୁ ବୁକିଂ କରିହେବ । ବିଦେଶୀଙ୍କ ୩୬୫ ଦିନର ସମୟ ସୀମା ମାମଲାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।