ସଂଚାର ବ୍ୟୁରୋ: ଓଡ଼ିଶାର ରାଜ୍ୟପାଳଙ୍କ ପୁଅକୁ ଗିରଫ ପ୍ରତିବାଦରେ ଆଜି ଦିଲ୍ଲୀର ଜନ୍ତରମନ୍ତର ଠାରେ ପ୍ରତିବାଦ କରିଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ l ଓଡ଼ିଆ ଏଏସଓଙ୍କୁ ମାଡ଼ ମାରିବା ଘଟଣାର ୩ମାସ ପରେ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ଏହାର ପ୍ରତିବାଦ କରିଛି କଂଗ୍ରେସ l ଯୁବ କଂଗ୍ରେସ ଓଡ଼ିଶାରେ ପ୍ରତିବାଦ କରିବା ପରେ ଦିଲ୍ଲୀରେ ରାଜ୍ୟପାଳ ଙ୍କ ପୁଅକୁ ଗିରଫ କରିବା ପାଇଁ ରଣହୁଙ୍କାର ଦେଇଛି l ରାଜ୍ୟରେ ବିଜେପି ସରକାର ହେବା ଦିନଠାରୁ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି l ଓଡ଼ିଆ ଅସ୍ମିତା କଥା କହୁଥିବା ବିଜେପି ଜଣେ ଓଡିଆ ସରକାରୀ ଅଧିକାରୀଙ୍କୁ ଅଣଓଡିଆ ମାଡ଼ ମାରିବା ଘଟଣାରେ ଚୁପ୍ ରହିବା କେଉଁ ଅସ୍ମିତାର ପରିଚୟ ବୋଲି ଯୁବ କଂଗ୍ରେସ ପ୍ରଶ୍ନ କରିଛି l ବିଜେପି ସରକାରରେ ଗରିବଙ୍କ ପାଇଁ ଗୋଟେ ଆଇନ୍ ଓ ବଡବଡ଼ିଆଙ୍କ ପାଇ ଆଉ ଗୋଟିଏ ଆଇନ୍ ବୋଲି ଅଭିଯୋଗ କରି ଦିଲ୍ଲୀରେ କଂଗ୍ରେସ ପ୍ରତିବାଦ କରିଛି l ତୁରନ୍ତ ଯଦି ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ କରାନଯିବ ତେବେ ଏହା ବିରୋଧରେ ଆଗକୁ ଜୋରଦାର ପ୍ରତିବାଦ କରାଯିବ ବୋଲି ଦଳ ଚେତାବନୀ ଦେଇଛି l

