ସଂଚାର ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି । ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଟେଷ୍ଟର ପ୍ରଥମ ଦିନ ପ୍ରବଳ ବର୍ଷା ଯୋଗୁଁ ହୋଇପାରିନଥିଲା । କିନ୍ତୁ ଦ୍ୱିତୀୟ ଦିନରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରୋହିତ । ହେଲେ ଟିମ ମାତ୍ର ୪୬ ରନ ସମସ୍ତ ଓ୍ୱିକେଟ ହରାଇ ସଙ୍କଟରେ ପଡିଛି ।
ପ୍ରଥମ ଟେଷ୍ଟରେ ଭାରତୀୟ ଟିମରେ ୨ଟି ପରିବର୍ତ୍ତନ କରାଯାଇଛି । ଟିମରେ ଶୁବମନ ଗିଲ ଏବଂ ଆକାଶ ଦୀପଙ୍କ ସ୍ଥାନରେ ସରଫରାଜ ଖାନ ଏବଂ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିଛି ।
ତେବେ ପ୍ରଥମ ଇନିଂସରେ ଯଶସ୍ୱୀ ଜୟସଓ୍ୱାଲ ୧୩ ରନ, ରୋହିତ ଶର୍ମା ୨ରନ, ବିରାଟ କୋହଲି ୦, ସରଫରାଜ ଖାନ ୦, ରିଷଭ ପନ୍ତ ୨୦, କେଏଲ ରାହୁଲ ୦, ରବିନ୍ଦ୍ର ଜାଡେଜା ୦, ରବିଚନ୍ଦ୍ରନ ଅଶ୍ୱିନ ୦, କୁଲଦୀପ ଯାଦବ ୨, ଯଶପ୍ରୀତ ବୁମରା ୧, ମହମ୍ମଦ ସିରାଜ ୪ କରିଛନ୍ତି ।