ସଂଚାର ବ୍ୟୁରୋ: ସାଇବର ଲୁଟେରା ଲୁଟି ନେଇଯାଉଛି ସମସ୍ତ ସରକାରୀ ଯୋଜନାର ଅର୍ଥ । କାଳିଆ ଯୋଜନାଠାରୁ ସୁଭଦ୍ରା ଯୋଜନା ସବୁ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି। ଉଲ୍ଲାସ ପ୍ରଧାନ ନାମକ ଜଣେ ମହିଳାଙ୍କ ଆଧାରକାର୍ଡ ନେଇ ଆଉ ଏକ ଆକାଉଣ୍ଟ ଖୋଲି ଏଭଳି ଠକାମି ହୋଇଥିବା ଅଭିଯୋଗ ହୋଇଛି। ଘରୋଇ ପେମେଣ୍ଟ ବ୍ୟାଙ୍କ୍ ଜରିଆରେ ଏଭଳି ଟଙ୍କା ଠକେଇ ହୋଇଛି। ସୁଭଦ୍ରା ଟଙ୍କା ମେସେଜ ମୋବାଇଲକୁ ଆସିଲା ହେଲେ ଟଙ୍କା କେଉଁ ଆକାଉଣ୍ଟକୁ ଆସିଛି ବୋଲି ଖୋଜିବା ବେଳେ ସାମ୍ନାକୁ ଆସିଲା ଏଭଳି ସାଙ୍ଘାତିକ ସତ୍ୟ। ବ୍ୟାଙ୍କରେ ବୁଝିବା ପରେ ଜଣା ପଡିଲା ଖାଲି ସୁଭଦ୍ରା ଯୋଜନା ନୁହେଁ ଗତ ୩ ବର୍ଷ ଧରି ଯେତେ ସବୁ ସରକାରୀ ଯୋଜନା ଅର୍ଥ ଆସିଛି ସବୁ ସାଇବର ଠକ ହଡପ କରିଛି। ଏପରିକି ଗ୍ୟାସ ସବସିଡି ଟଙ୍କା ମଧ୍ୟ ସାଇବର ଠକ ଆକାଉଣ୍ଟକୁ ଚାଲି ଯାଉଛି। ଏଭଳି ଠକେଇର ଶିକାର ହେବା ନେଇ ଜାଣିବା ପରେ ସୁଦୂର ନୟାଗଡ଼ରୁ ଆସି ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି ଠକେଇର ଶିକାର ହୋଇଥିବା ମହିଳା ।