ସଂଚାର ବ୍ୟୁରୋ: ଶଙ୍ଖ ଭବନରେ ଥମୁନି ମୁହାଁମୁହିଁ ସ୍ଥିତି। ଭୁବନେଶ୍ବର କର୍ପୋରେଟରଙ୍କ ମଧ୍ୟରେ ବିବାଦ ପରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ବିଜେଡି ନେତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି। ଗତକାଲି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବିଜେଡିର ବୈଠକ ବସିଥିଲା। ଏହି ସମୟରେ ୨ ଗୋଷ୍ଠୀ ମଧ୍ୟରେ ହୋଇଥିଲା କଥା କଟାକଟି। ଏପରିକି ଜଣେ ନେତ୍ରୀଙ୍କୁ ଜୋରଦାର ବିରୋଧ କରାଯାଇଥିବା ସୂଚନା ମିଳିଛି। ତେବେ କାହିଁକି ଏବଂ କେଉଁ ପ୍ରସଙ୍ଗରେ ଉପୁଜିଥିଲା ଏଭଳି ମୁହାଁମୁହିଁ ପରିସ୍ଥିତି, ସେନେଇ ବିଜେଡି ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ।