ସଂଚାର ବ୍ୟୁରୋ: ଡମ୍ଫରକୁ ପିଟିଲା ବସ, ୬ ଯାତ୍ରୀ ମୃତ । ମଧ୍ଯପ୍ରଦେଶ ମହିଆର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସଟି ପ୍ରୟାଗରାଜରୁ ନାଗପୁର ଯାଉଥିଲା । ମହିଆର ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା ଡମ୍ଫରଟିକୁ ବସ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୬ ଯାତ୍ରୀଙ୍କ ମୃତ୍ଯୁ ହୋଇଥିବାବେଳେ ୧୫ରୁ ଅଧିକ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।