ଚତୁର୍ଦଶ “ଦୂରଦର୍ଶୀ କ୍ରୀଡା ସମ୍ମାନ ୨୦୨୪ ” ଏବଂ ” କ୍ରୀଡା ଭିତିଭୂମି କ୍ଷେତ୍ରରେ ଓଡିଶାର ସ୍ଥିତି ” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ । ମାସିକ ସମ୍ବାଦ ଭିତିକ ପତ୍ରିକା ଦୂରଦର୍ଶୀ ତରଫରୁ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି l ଓଡିଶାର କ୍ରୀଡାର ଉନ୍ନତି ଓ କ୍ରୀଡ଼ାବିତ ତଥା କ୍ରୀଡା ସଂଗଠକ ମାନଙ୍କୁ ସମ୍ମାନ ଓ ପ୍ରୋତ୍ସାହକ ମାନଙ୍କୁ ସମ୍ମାନ, ସମ୍ବର୍ଦ୍ଧନା, ପ୍ରେରଣା, ଉତ୍ସାହ ଓ ପ୍ରୋତ୍ସାହନ ଯୋଗାଇବା ପାଇଁ ବିଗତ ଚଉଦ ବର୍ଷ ହେଲା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି l ଦୂରଦର୍ଶିର ସମ୍ପାଦକ ଦୁର୍ଗା ପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ,ରାଜ୍ୟ ସଭା ସାଂସଦ ସୁଭାଶିଷ ଖୁଣ୍ଟିଆ,ଭୁବନେଶ୍ୱର ମେୟର ସୁଲୋଚନା ଦାଶ, ଏସଏନଏମ ଗ୍ରୁପର ଏମଡି ପ୍ରବୋଧ ମହାନ୍ତି, ହକି ତାରକା ଅମିତ ରୋହିଦାସ, ,ଓଡିଶା ଅଥଲେଟିକ ଆସୋସିଏସନ ସଭାପତି ଜି ଶ୍ରୀନିବାସ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।
କ୍ରୀଡାର ବିକାଶ, ଭିତିଭୂମି ତଥା କ୍ରୀଡ଼ାବିତ ମାନଙ୍କୁ ପ୍ରୋତ୍ସାହନ ସମ୍ପର୍କରେ ମହାମାନ୍ୟ ଅତିଥି ମାନେ ପ୍ରେରଣା ଦାୟୀ ନିଜ ନିଜ ସୁଚିନ୍ତିତ ମତାମତ ପ୍ରଦାନ ସହିତ ଦୀର୍ଘ ୧୪ ବର୍ଷ ଧରି ଦୂରଦର୍ଶୀର ଏହି ମହତ ପ୍ରୟାସ ପାଇଁ ଧନ୍ୟବାଦ ଦେଇଥିଲେ l ଓଡିଶାର କୋଣ ଅନୁକୋଣ ରୁ ବିଭିନ୍ନ ବିଭାଗ ରେ ସଫଳତା ପାଇ ସୁନାମ ଅର୍ଜନ କରିଥିବା ବିଶିଷ୍ଟ କ୍ରୀଡ଼ାବିତ, କ୍ରୀଡା ପ୍ରଶିକ୍ଷକ, ସଂଗଠକ, କ୍ରୀଡା ସମୀକ୍ଷକ ଓ ସାମ୍ବାଦିକ ଏବଂ କ୍ରୀଡା ପୃଷ୍ଠ ପୋଷାକ ମାନଙ୍କୁ କାର୍ଯ୍ୟକ୍ରମରେ ସମ୍ମିନିତ କରାଯାଇଥିଲା ।