ରାଜ୍ୟସ୍ତରୀୟ ଅଭିଯୋଗ ଶୁଣାଣି ସହିତ ଆଗାମୀଦିନରେ ଜିଲ୍ଲାସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ ଖୋଲିବ । ମୁଖ୍ୟମନ୍ତ୍ରୀଙ୍କ ଇଛା ଆଗାମୀ ଦିନରେ ଉତ୍ତର ଓଡ଼ିଶା, ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ସେଠି ଲୋକଙ୍କ ଅଭିଯୋଗ ଶୁଣିବେ ।
ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ତଳସ୍ତରକୁ ଯିବା ପାଇଁ ଆଗାମୀ ଦିନରେ ବ୍ୟବସ୍ଥା ରହିଛି । ଏହାଦ୍ୱାରା ଜନସାଧାରଣ ସହଜରେ ଅଭିଯୋଗ ପତ୍ର ଦାଖଲ କରିବେ । 1 ହଜାରରୁ ଅଧିକ ଅଭିଯୋଗକାରୀ ଅଭିଯୋଗ ନେଇ ଅଭିଯୋଗ କରିଛନ୍ତି । ବିକଳାଙ୍ଗ, ବୟୋଜେଷ୍ଠ ଏବଂ ବିଭିନ୍ନ ସମସ୍ୟାରେ ଜଡିତ ଥିବା ଅଭିଯୋଗକାରୀ ପଞ୍ଜିକୃତ କରିଛନ୍ତି | ବିଗତ ଦିନରେ ଅଧିକ ସଂଖ୍ୟାରେ ଲୋକ ଆସିଥିବାରୁ ସମାଧାନ ହୋଇନଥିଲା । ତେଣୁ ସରଲିକରଣ ପାଇଁ ନିର୍ଦ୍ଧିଷ୍ଟ ସମୟ ରଖାଯାଇଛି । ଦେଢ଼ ମାସ ବିଧାନସଭା ଥିବାରୁ କାର୍ଯ୍ୟକ୍ରମ ବନ୍ଦ ଥିଲା ।
ଗତକାଲି କେନ୍ଦୁଝର ଗସ୍ତ ବେଳେ ବି ଏଭଳି କହିଛନ୍ତି | ବିଗତ ଦିନର ସରକାର ଏବଂ ଏବେର ସରକାର ଭିତରେ ପାର୍ଥକ୍ୟ ହେଉଛି ଲୋକଙ୍କ ସରକାର ମୋହନ ମାଝୀଙ୍କ ସରକାର । ଲୋକଙ୍କ ବ୍ୟବସ୍ତାକୁ ସମାଧାନ କରୁଥିବା ସରକାର । ମୋ ପାଖକୁ ଆସିଥିବା ଅଭିଯୋଗ ସଙ୍ଗେ ସଙ୍ଗେ ସମାଧାନ କଲି | ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଗସ୍ତ ସମୟରେ ଗ୍ରୀଭାନ୍ସ କରିବେ ।

