ସଂଚାର ବ୍ୟୁରୋ: ଆସନ୍ତା ୨୮ ତାରିଖରେ ଓଡ଼ିଶାର ପ୍ରିମିୟର ଶିଳ୍ପ ସଂଘ ଉତ୍କଳ ଚାମ୍ବର୍ସ ଅଫ୍ କମର୍ସର ନିର୍ବାଚନ । ଏଥିପାଇଁ ସଂଘ ପକ୍ଷରୁ ଜୋରଦାର ପ୍ରସ୍ତୁତି । ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଖରେ ପୂଜାର୍ଚ୍ଚନା କରି ଆଶାୟୀ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ୬୦ ଦଶକରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଶିଳ୍ବ ବିକାଶ ପାଇଁ କାର୍ଯ୍ୟକରୁଛି ୟୁସିସିଆଇ । ନିକଟରେ ରିସର୍ଜେଣ୍ଟ୍ ଓଡ଼ିଶା ୨୦୨୪ର ଆୟୋଜନ କରି ଦେଶ ଓ ବିଦେଶରୁ ପୁଞ୍ଜିପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ୟୁସିସିଆଇ । ଲଗାତାର ଦୁଇଥର ସଭାପତି ଭାବେ ନିର୍ବାଚିତ ହୋଇଥିବା ବ୍ରହ୍ମା ମିଶ୍ରଙ୍କ କାର୍ଯ୍ୟକାଳ ଚଳିତମାସରେ ଶେଷ ହେବାକୁ ଯାଉଛି । ଏଥରକ ନୂଆ ମୁହଁ ଭାବେ ସଭାପତି ପ୍ରାର୍ଥୀ ହୋଇଛନ୍ତି ବିଶିଷ୍ଟ ଶିଳ୍ପପତି ପ୍ରବୋଧ ମହାନ୍ତି, ଉପସଭାପତି ଭାବେ ଗିରିଧାରୀ ଲାଲ ଶର୍ମା, ମୁରଲି ଜାମୁଲା ଓ ସଚିବ ଭାବେ ସଞ୍ଜୀବ ମହାପାତ୍ର ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଆସନ୍ତାଦିନରେ ଓଡ଼ିଶାରେ କିପରି ଶିଳ୍ପ କ୍ଷେତ୍ରରେ ବିଶେଷକରି ଏମ୍ଏସ୍ଏମଇ ଶିଳ୍ପରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ସେ ନେଇ କାର୍ଯ୍ୟ କରିବେ ବୋଲି ଆଶାୟୀ ପ୍ରାର୍ଥୀ ଦାବି କରିଛନ୍ତି ।