ସଂଚାର ବ୍ୟୁରୋ: ଆର୍ ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନସପାଲ ସନ୍ଦୀପ ଘୋଷ ଗିରଫ। ତାଙ୍କୁ ଗିରଫ କରିଛି ସିବିଆଇ। ଜୁନିଅର ଡାକ୍ତର ଦୁଷ୍କର୍ମ ଓ ହତ୍ଯା ମାମଲାରେ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ। ଦୁଷ୍କର୍ମ ଓ ହତ୍ଯାର ପ୍ରମାଣ ନଷ୍ଟ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏହା ସହିତ ସ୍ଥାନୀୟ ଥାନାରେ ଅଧିକାରୀଙ୍କୁ ମଧ୍ଯ ଗିରଫ କରିଛି ସିବିଆଇ। ଆଗରୁ ମେଡିକାଲ କଲେଜର ଦୁର୍ନୀତି ନେଇ ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିଥିଲା। ଏହି ଘଟଣା ଆରମ୍ଭରୁ ବିବାଦରେ ଥିଲେ ସନ୍ଦୀପ ଘୋଷ। ସେ ବହୁତ ପାୱାଲଫୁଲ ଥିଲେ ଏବଂ ସରକାରଙ୍କ ସହିତ ତାଙ୍କର ଲିଙ୍କ୍ ଥିଲା ବୋଲି ଅଭିଯୋଗ ହୋଇ ଆସୁଥିଲା। ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ପରେ ପ୍ରଥମେ ସେ ଆର୍ ଜି କର ମେଡିକାଲ କଲେଜର ପ୍ରିନସପାଲ ପଦରୁ ଇସ୍ତଫା ଦେଇଥିଲେ । ପରେ ପରେ ଆଉ ଏକ ମେଡିକାଲ କଲେଜର ଅଧ୍ଯକ୍ଷ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇଥିଲା। ଏହାକୁ ନେଇ ତେଜିଥିଲା ଡାକ୍ତରଙ୍କ କ୍ଷୋଭ। ଆନ୍ଦୋଳନ ଜୋରଦାର ହୋଇଥିଲା। ପରେ ଆସିଥିଲା ଦୁର୍ନୀତି କଥା। ଗିରଫ କରିଥିଲା ସିବିଆଇ। ଏବେ ସିଧା ଦୁଷ୍କର୍ମ ଓ ହତ୍ଯା ମାମଲା ଲିଙ୍କରେ ସନ୍ଦୀପ ଘୋଷଙ୍କୁ ଦ୍ଵିତୀୟ ଥର ଗିରଫ କରିଛି ସିବିଆଇ।