ସଂଚାର ବ୍ୟୁରୋ: ମୁଖ୍ୟାଳୟ ଛାଡ଼ିପାରିବେନି ସରକାରୀ କର୍ମଚାରୀ । ଆଜିଠୁ 16 ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ଛାଡ଼ିବା ମନା । କର୍ମଚାରୀ ମୁଖ୍ୟାଳୟ ଛାଡ଼ି ଯାଇପାରିବେନି କହିଲା ସାଧାରଣ ପ୍ରଶାସନ ବିଭାଗ । ଆବଶ୍ୟକ ପଡ଼ିଲେ ସର୍ଟ ନୋଟିସ୍ରେ ଅଫିସ୍କୁ ଆସିବାକୁ ପଡ଼ିବ । ଶନି, ରବି ଓ ସୋମବାର ଛୁଟି ପଡୁଥିବାରୁ ଲାଗିଲା କଟକଣା ।
ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି । ଆସନ୍ତା 17ରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ଆସନ୍ତା 17 ମୋଦିଙ୍କ ଜନ୍ମଦିନରେ ଜନତା ମଇଦାନରେ `ସୁଭଦ୍ରା’ର ମେଗା ଲଞ୍ଚିଂ ।
କୋଟିଏ ମହିଳାଙ୍କ ଭରସା ଓ ବିଶ୍ବାସ ସାଜିଛି ଗୋଟିଏ ଯୋଜନା ସୁଭଦ୍ରା । ତିନି ଦିନ ପରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହେବାକୁ ଥିବା ଏହି ଯୋଜନାରେ ସାମିଲ ହେବା ଲାଗି ରାଜଧାନୀ ଭୁବନେଶ୍ବରଠୁ ନେଇ ରାଜ୍ୟର କୋଣ ଅନୁକୋଣରେ ମହିଳା ମାନଙ୍କ ମଧ୍ୟରେ ବଢି ଚାଲିଛି ଉତ୍ସାହ । ଲୋକଙ୍କୁ ଅଧିକ ସଚେତନ କରିବା ଲାଗି ଭୁବନେଶ୍ବରର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆଜିଠୁ ଗଡ଼ିଛି ସୁଭଦ୍ରା ରଥ। ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରୁ ରଥ ଗଡ଼ିଥିବା ବେଳେ ୫୪ ନମ୍ବର ୱାର୍ଡ ଓ ୫୮ ନମ୍ବର ୱାର୍ଡରେ ବିଧାୟକ ବାବୁ ସିଂ ସୁଭଦ୍ରା ସଚେତନ ରଥ ର ଶୁଭାରମ୍ଭ କରିଛନ୍ତି ।
ସୁଭଦ୍ରା ରଥ ଗାଁଠୁ ସହର ଚାରିଆଡେ ବୁଲି ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ଉପଯୁକ୍ତ ତଥ୍ୟ ପ୍ରଦାନ କରିବ । ହିତାଧିକାରୀମାନେ ଯେପରି ଭ୍ରମିତ ନ ହେବେ ସେଥିଲାଗି ସରକାର ଏହି ବ୍ୟବସ୍ଥା କରିଛନ୍ତି ।