ଆକାଶ ମଝିରେ ମୃତ୍ୟୁର କଳା ବାଦଲ । ବିମାନର କକ୍ପିଟ୍ ଭିତରେ ଚାଲିଥିଲା ଜୀବନମରଣର ଲଢ଼େଇ । ମଝି ଆକାଶରୁ ବିମାନ ହଜାର ହଜାର ଫୁଟ୍ ତଳକୁ ଖସୁଥିଲା । ଆଉ ଏସବୁ ମଧ୍ୟରେ ଗୁରୁତର ଆହତ ଅବସ୍ଥାରେ ଜୀବନକୁ ବାଜି ଲଗାଇ ବିମାନକୁ ବଞ୍ଚାଇବାରେ ଲାଗିଥିଲେ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାର । ତାଙ୍କ ସାହସ ଯୋଗୁଁ ଶତାଧିକ ଯାତ୍ରୀଙ୍କ ଜୀବନ ବଞ୍ଚିଗଲା । ଏବେ ଏହି ସାହସୀ ପାଇଲଟ୍ଙ୍କ ସହ ଫୋନ୍ରେ କଥା ହୋଇ ତାଙ୍କ ସାହସକୁ ସଲାମ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଫ୍ଲାଇ ଦୁବାଇର FZ1073 ବିମାନରେ ଘଟିଥିବା ଗୁରୁତର ଘଟଣା ପରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ ସ୍ମିତ ମଚ୍ଛାରଙ୍କ ସହ ଫୋନ୍ରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘଟଣା ସମୟର ଅନୁଭୂତି ଏବଂ ତାଙ୍କୁ ସାହସ ଦେଇଥିବା କଥାଗୁଡ଼ିକ ବିଷୟରେ କ୍ୟାପ୍ଟେନ ସ୍ମିତ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ତାଙ୍କ ସାହସକୁ ପ୍ରଶଂସା କରିବା ସହ ମୋଦି ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ.

